ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଆଜି (ଗୁରୁବାର)ଠାରୁ ଆରମ୍ଭ ହେଲା ବାଘ ଗଣନା (Tiger Counting in Similipal Tiger Reserve) । ଚଳିତ ବର୍ଷ ଡିଜିଟାଲାଇଜେସନ ମାଧ୍ୟମରେ ବାଘ ଗଣନା କରିବାକୁ ଲକ୍ଷ୍ଯ ରଖିଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ । ବାଘ ଗଣନାରେ ବନବିଭାଗ କର୍ମଚାରୀ ସମେତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବଣ୍ୟ ଜୈବବିବିଧତା ସଂରକ୍ଷଣ ଛାତ୍ରଛାତ୍ରୀ (Shriram Bhanjdeo University Wild Biodiversity Students)ଙ୍କୁ ସାମିଲ କରାଯାଇଛି ।
Tiger Census in Similipal: ଡିଜିଟାଇଲାଜେସନରେ ହେଉଛି ବାଘ ଗଣନା ଶିମିଳିପାଳରେ ରେଞ୍ଜ, ବିଟ୍ କର୍ମଚାରୀ ସମେତ ୱାଇଲଡ ଲାଇଫ ଛାତ୍ରଙ୍କୁ ବାଘଗଣନାରେ ନିୟୋଜିତ କରାଯାଇଛି । ବନବିଭାଗର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ୨ଟି ଆପ୍, ଇକୋଲୋଜିକାଲ ଏବଂ ପାଟ୍ରୋଲ ଆପ ମାଧ୍ୟମରେ ବାଘ ଗଣିବାକୁ କୁହାଯାଇଛି । ଏହାକୁ ନେଇ ଗତ ଗୁରୁବାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କ୍ରମରେ ଶିମିଳିପାଳ ପରିସରରେ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଡେମୋ ମଧ୍ୟ ଦେଖା ଯାଇଥିଲା । ଶିମିଳିପାଳ କୋର, ବୋଫର ଅଞ୍ଚଳରେ ୫୦୦ କ୍ୟାମେରା ଲଗାଯାଇ ଫୋଟୋ ଉତ୍ତୋଳନ କରାଯିବ ।
ସେହିପରି ପ୍ରତି ୪୦୦ ମିଟରରେ ୨ କିଲୋମିଟର ପର୍ଯ୍ୟନ୍ତ ବାଘ ଗଣିବାରେ ଟ୍ରାଞ୍ଜିଟ୍ଲାଇନ ବ୍ୟବହାର କରିବ । ଶିମିଳିପାଳ ରେଞ୍ଜ ବିଟ ଏବଂ ନଦୀ ସମେତ କୋର ବୋଫର ଅଞ୍ଚଳରେ ପଗ୍ମାର୍କ ମାଧ୍ୟମରେ ପୂର୍ବରୁ ବାଘଗଣନା ହେଉଥିଲା । ନଭେମ୍ବର ୨୬ରୁ ଡିସେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ବାଘଗଣନା ଜାରି ରହିବ ।
ଦୁଇଟି ପର୍ଯ୍ୟାୟରେ ବାଘଗଣନା କରାଯିବ । ୩ ଦିନ ଧରି ଟ୍ରାଞ୍ଜିକ ଲାଇନ, ସାଇନ ସର୍ଭେ କରିବା ପରେ ଆଉ ୩ ଦିନରେ ବାଘ ଗଣନା ସହ ସମ୍ବର, ହରିଣ ମଧ୍ୟ ଗଣାଯିବ, ତେବେ ଶିମିଳିପାଳ ଅଭୟାରଣ୍ୟର ରେଞ୍ଜ୍ ବିଟ୍ ସମେତ ବୋଫର, କୋର ଅଞ୍ଚଳରେ ବ୍ୟବହୃତ ୫୦୦ କ୍ୟାମେରାରୁ ଉଠାଯାଇଥିବା ଫୋଟୋକୁ ଆପ ଅଣାଯିବ । ଏହାପରେ ବିଭିନ୍ନ ପରିସଂଖ୍ୟନ ପ୍ରଣାଳୀରେ ଏହାକୁ ବିଶ୍ଳେଷଣ କରାଯାଇ NTCA (national tiger conservation authority) ଦିଲ୍ଲୀକୁ ପଠାଇବ ବିଭାଗ । ନୂତନ ପ୍ରଣାଳୀରେ ବାଘ ଗଣନାକୁ ନେଇ ବନବିଭାଗ କର୍ମଚାରୀ ଉତ୍ସାହିତ ରହିଛନ୍ତି । ସେପଟେ ଗଣନା ପରେ ଦିଲ୍ଲୀ NTCAରେ ରିପୋର୍ଟ ପହଞ୍ଚିବା ପରେ ବାଘ ସଂଖ୍ୟା ସମ୍ପର୍କରେ ପ୍ରକାଶିତ ହେବ ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ