ଓଡିଶା

odisha

ETV Bharat / state

କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବି - କମ୍ପ୍ୟୁଟର ଶିକ୍ଷକଙ୍କ ପୁନଃ ନିଯୁକ୍ତି ଦାବି

ପୁନଃ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ, ଦାବି ପୂରଣ ନହେଲେ ରାଜରାସ୍ତାରେ ଆତ୍ମହୁତି ଚେତାବନୀ ଦେଇଛନ୍ତି ଆଇସିଟି ବିଦ୍ୟାଳୟ ସଂଯୋଜକ ସଙ୍ଘ । ଅଧିକ ପଢନ୍ତୁ....

କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବି
କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବି

By

Published : Feb 19, 2021, 7:12 PM IST

ରାଇରଙ୍ଗପୁର: ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ, ରାଇରଙ୍ଗପୁର ଉପଖଣ୍ଡ ତରଫରୁ ପୁନଃ ନିଯୁକ୍ତି ପାଇଁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କମ୍ୟୁଟର ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବି

ସୂଚନା ଅନୁଯାୟୀ କମ୍ପ୍ୟୁଟର ଶିକ୍ଷକମାନେ ଚୁକ୍ତିଭିତ୍ତିକ ଭାବେ ପାଞ୍ଚ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିଲେ । ଗତ ଏପ୍ରିଲ ୨୦୧୯ ଠାରୁ ଉକ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଛଟେଇ କରାଯାଇଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଗୋଟିଏ ପଟେ ରାଜ୍ୟ ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରୁଥିବା ବେଳେ ଅନ୍ୟପଟେ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ଛଟେଇ କରିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛଟେଇ ପରେ କମ୍ପ୍ୟୁଟର ଶିକ୍ଷକମାନେ ପରିବାର ପ୍ରତିପୋଷଣ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ସେପଟେ ଶିକ୍ଷକମାନେ ରୋଜଗାର ହରାଇ ମାନସିକ ଚାପରେ ରହି ଥିବାବେଳେ ସମସ୍ତ ବିଦ୍ୟାଳୟ ସଂଯୋଜକମାନଙ୍କ ପୁନଃ ନିଯୁକ୍ତି ପାଇଁ ଆଜି(ଶୁକ୍ରବାର) ଆଇସିଟି ବାମନଘାଟି ଉପଖଣ୍ଡର ବିଦ୍ୟାଳୟ ସଂଯୋଜକ ସଙ୍ଘ ତରଫରୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ତରଫରୁ ଯଦି ବିଦ୍ୟାଳୟ ସଂଯୋଜକମାନଙ୍କୁ ପୁନଃ ନିଯୁକ୍ତି କରାନଯାଏ ତେବେ ରାଜରାସ୍ତାରେ ଆତ୍ମାହୁତି ଦେବାର ଚେତାବନୀ ଦେଇଛି ଆଇସିଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details