ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଦାବି । ହିନ୍ଦୁ ମୁସଲିମ୍ ଏକଜୁଟ ହୋଇ ଜଗନ୍ନାଥ ମନ୍ଦିରରୁ ମା' ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରି ରଥଯାତ୍ରା ପାଇଁ ସରକାରଙ୍କୁ କଲେ ନିବେଦନ ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇ ଥିବାବେଳେ ରାଜ୍ୟର ଆଉ କୌଣସି ସ୍ଥାନରେ ରଥଯାତ୍ରା ବନ୍ଦ ପଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁମତି ପାଇଁ ଦିନକୁ ଦିନ ଦାବି ଜୋର ଧରିଛି । ବାରିପଦା ଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରଥଯାତ୍ରା ପାଇଁ ଦାବି କରାଯାଇଛି । ଏହି ପ୍ରରିପେକ୍ଷୀରେ ଆଜି(ଗରୁବାର) ମଠ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଶ୍ରୀ ଶ୍ରୀ ହରିବଳଦେବଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇ ଇଷ୍ଟଦେବୀ ମା' ଅମ୍ବିକାଙ୍କ ମନ୍ଦିର ପର୍ଯ୍ୟନ୍ତ କରାଯାଇଛି ।