ଓଡିଶା

odisha

ETV Bharat / state

ଜୋର ଘରିଲା ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି - ଜୋର

ବାରିପଦାକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ଘୋଷଣା ପାଇଁ ପୁନର୍ବାର ଦାବି । 1000 ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Jun 28, 2019, 9:43 PM IST

ମୟୁରଭଞ୍ଜ: ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ଧାମକୁ ସରକାରୀ ଭାବେ ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ଜୋର ଧରିଲା । ଓଡ଼ିଶାର ସର୍ବବୃହତ ଜିଲ୍ଲା ମୟୁରଭଞ୍ଜରେ ଶ୍ରୀ ହରିବଳଦେଵ ଜୀଉଙ୍କ ମନ୍ଦିର 1575 ମସିହାରେ ମହାରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ

ପୁରୀ ପରେ ବାରିପଦାକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ଲୋକେ ବହୁବର୍ଷରୁ ମାନି ଆସୁଛନ୍ତି । କିନ୍ତୁ ସରକାରୀ ଭାବେ ଏ ପର୍ଯ୍ୟନ୍ତ ମାନ୍ୟତା ମିଳିପାରି ନାହିଁ । ପୂର୍ବରୁ ଏହି ଦାବି ବାରମ୍ବାର ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ଏହା ପୂରଣ ହୋଇପାରି ନାହିଁ ।

ଏହି ଦାବିକୁ ପୁନର୍ବାର ସରକାରଙ୍କ ନିକଟରେ ରଖିବାକୁ ରଖିବାକୁ ଯାଇଛନ୍ତି ମୟୁରଭଞ୍ଜବାସୀ । 1000 ଦସ୍ତଖସ୍ତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି ।

ୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details