ଓଡିଶା

odisha

ETV Bharat / state

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିରେ ବସିଲା ସର୍ବଦଳୀୟ ବୈଠକ - ରାଇରଙ୍ଗପୁର ଖବର

ଜୋର ଧରିଲା ରାଇରଙ୍ଗପୁରରେ ନୂତନ ଜିଲ୍ଲା ଗଠନ ଦାବି । ରାଇରଙ୍ଗପୁରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଦାବି କରି ଆସୁଥିବା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଜୋର ଧରିଲା ରାଇରଙ୍ଗପୁରରେ ନୂତନ ଜିଲ୍ଲା ଗଠନ ଦାବି
ଜୋର ଧରିଲା ରାଇରଙ୍ଗପୁରରେ ନୂତନ ଜିଲ୍ଲା ଗଠନ ଦାବି

By

Published : Nov 27, 2022, 9:53 AM IST

ରାଇରଙ୍ଗପୁର: ଜୋର ଧରିଲା ରାଇରଙ୍ଗପୁରରେ ନୂତନ ଜିଲ୍ଲା ଗଠନ ଦାବି । ରାଇରଙ୍ଗପୁରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଦାବି କରି ଆସୁଥିବା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସହର ସ୍ଥିତ କଲ୍ୟାଣୀ ମଣ୍ଡପରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ୱରେ ବୈଠକ ଆୟୋଜିତ ହୋଇଥିଲା ।

ଜୋର ଧରିଲା ରାଇରଙ୍ଗପୁରରେ ନୂତନ ଜିଲ୍ଲା ଗଠନ ଦାବି

ଏଥିରେ ଉପଖଣ୍ଡର ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ, ବିଧାୟକ, ପୂର୍ବତନ ବିଧାୟକ, ସମସ୍ତ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦ, ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ପୌରପାଳିକ ଅଧ୍ୟକ୍ଷ, 15ଟି ୱାର୍ଡର କାଉନସିଲର, ଓକିଲ ସଙ୍ଘ, ବଣିକ ସଙ୍ଘ, ବସ ମାଲିକ ସଂଘ ସମେତ ଅନେକ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ବୈଠକରେ ନୂତନ ଜିଲ୍ଲା ଗଠନରେ ନିଜର ସକ୍ରିୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ପଦ୍ମପୁର ପରି ଛୋଟ ଅଞ୍ଚଳକୁ ଜିଲ୍ଲା ଘୋଷଣାର ପ୍ରତିଶୃତି ଦେଇଥିବା ବେଳେ ରାଇରଙ୍ଗପୁର ପରି ବୃହତ ଅଞ୍ଚଳକୁ ମଧ୍ୟ ଜିଲ୍ଲା ଘୋଷଣାର ଆବଶ୍ୟକତା ରହିଛି ବୋଲି କହିଛି କ୍ରିୟାନୁଷ୍ଠାନ କମିଟି ।

ଏହାମଧ୍ୟ ପଢ଼ନ୍ତୁ. ନୂଆ ଜିଲ୍ଲା ହେବ ରାଇରଙ୍ଗପୁର, ସବୁଜ ସଙ୍କେତ ଦେଲା ବିଜେଡି

ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ମଧ୍ୟରୁ ରାଇରଙ୍ଗପୁର ଉପଖଣ୍ଡରେ ଗୋଟିଏ ପୌର ପରିଷଦ ସହିତ ସାତୋଟି ବ୍ଲକ ଓ ଆଠଟି ଥାନା ରହିଛି । ତେବେ ବିଭିନ୍ନ ସମସ୍ୟାକୁ ନେଇ ଏହି ଅଞ୍ଚଳର ଜନସାଧାରଣ ରାଇରଙ୍ଗପୁର ସହରରୁ ୮୫ କିମି ଦୂର ଘାଟି ରାସ୍ତା ପାର ହୋଇ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ବାରିପଦା ଯିବାକୁ ପଡିଥାଏ ।

ଯାହାଫଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଏ । ରାଇରଙ୍ଗପୁର ନୂତନ ଜିଲ୍ଲା ମାନ୍ୟତା ପାଇଲେ ସମସ୍ତ ସୁବିଧା ସୁଯୋଗ ଏ ଅଞ୍ଚଳର ଜନସାଧାରଣ ପାଇବେ ବୋଲି ମତ ରଖିଛନ୍ତି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ।

ସେପଟେ କୋର କମିଟି ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ନେଇ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ନୂତନ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details