ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସିଥିବା ହରିଣ ସାରସକଣା ବଜାରରୁ ଉଦ୍ଧାର - Deer rescue from Sarsakana market

ଶିମିଳିପାଳ ଅଭୟାରଣ୍ୟରୁ ଖସିଆସିଥିବା ହରିଣକୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ରେଞ୍ଜ ସାରସକଣା ବଜାରରୁ ଉଦ୍ଧାର କଲା ବନବିଭାଗ। ଅଧିକ ପଢନ୍ତୁ....

ସାରସକଣା ବଜାରରୁ ହରିଣ ଉଦ୍ଧାର
ସାରସକଣା ବଜାରରୁ ହରିଣ ଉଦ୍ଧାର

By

Published : Dec 9, 2020, 5:34 PM IST

ବାରିପଦା: ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସିଥିବା ଏକ ହରିଣକୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ରେଞ୍ଜ ସାରସକଣା ବଜାରରୁ ଉଦ୍ଧାର କରାଯାଇଛି । ହରିଣକୁ ବଜାରରେ ଦେଖି ଲୋକେ ଅଗ୍ନିଶମ ବିଭାଗ ଓ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବାଙ୍ଗରିପୋଷି ବନବିଭାଗର କର୍ମଚାରୀ ଓ ସାରସକଣା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ ।

ସାରସକଣା ବଜାରରୁ ହରିଣ ଉଦ୍ଧାର

ହରିଣକୁ ଉଦ୍ଧାର ପରେ ବନବିଭାଗ ଚିକିତ୍ସା କରୁଥିବା ବେଳେ ସୁସ୍ଥ ହେବା ପରେ ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯିବ ବୋଲି ବାଙ୍ଗରିପୋଷି ରେଞ୍ଜର ସୂଚନା ଦେଇଛନ୍ତି । ତେବେ ଖାଦ୍ୟ ଅନ୍ବେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ଜଙ୍ଗଲୀ ଜନ୍ତୁ ଏବେ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details