ଓଡିଶା

odisha

ETV Bharat / state

ଶିମିଳିପାଳରୁ ହରିଣ ମାଂସ ଜବତ ସହ 4 ଶିକାରୀ ଗିରଫ - ହରିଣ ମାଂସ ଜବତ

ଶିମିଳିପାଳ ଅଭୟାରଣ୍ୟରୁ ଶିକାର ପରେ ହରିଣ ମାଂସ ଓ ଚମଡା ବିକ୍ରି ଉଦ୍ୟମ ବେଳେ ୪ ଜଣ ଶିକାରୀଙ୍କୁ ଗିରଫ କରିଛି କପ୍ତିପଦା ପୋଲିସ ଓ ବନ ବିଭାଗ । ଅଧିକ ପଢନ୍ତୁ...

ଶିମିଳିପାଳରୁ ହରିଣ ମାଂସ ଜବତ ସହ 4 ଶିକାରୀ ଗିରଫ
ଶିମିଳିପାଳରୁ ହରିଣ ମାଂସ ଜବତ ସହ 4 ଶିକାରୀ ଗିରଫ

By

Published : Apr 24, 2020, 2:04 PM IST

ବାରିପଦା: କୋରୋନା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ । ଚାରିଆଡ ଶୂନଶାନ ରହିଛି । ତେବେ ଏହି ଲକଡାଉନର ସୁଯୋଗ ନେଉଛନ୍ତି ଶିକାରୀମାନେ ଚଳାଇଛନ୍ତି ପଶୁ ଶିକାର । ଶିମିଳିପାଳ ଅଭୟାରଣ୍ୟରୁ ଶିକାର ପରେ ହରିଣ ମାଂସ ଓ ଚମଡା ବିକ୍ରି ଉଦ୍ୟମ ବେଳେ ୪ ଜଣ ଶିକାରୀଙ୍କୁ ଗିରଫ କରିଛି କପ୍ତିପଦା ପୋଲିସ ଓ ବନ ବିଭାଗ ।

ଶିମିଳିପାଳରୁ ହରିଣ ମାଂସ ଜବତ ସହ 4 ଶିକାରୀ ଗିରଫ

ଲଗଡାଉନ୍‌ର ଫାଇଦା ନେଉଛନ୍ତି ଶିକାରୀ । ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ଶିକାରୀଙ୍କ ରାଜୁତି । ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ ହରିଣ ଶିକାର ପରେ ହରିଣ ମାଂସ ଏବଂ ଚମଡା ବିକ୍ରି ପାଇଁ କରୁଥିଲେ ଭାଗବାଣ୍ଟ । ଏହି ସମୟରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନବିଭାଗ ଏବଂ ପୋଲିସର ଏକ ମିଳିତ ଟିମ ଚଢାଉ କରିଥିଲା । ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ 2 କିଲୋଗ୍ରାମରୁ ଅଧିକ ହରିଣ ମାଂସ ସହ 3ଟି ହରିଣର ଚମଡା, ଦୁଇ ଗୋଟି ହରିଣ ଗୋଡ, ଗୋଟିଏ ମୋଟର ସାଇକେଲ ଏବଂ ଦୁଇଟି ଛୁରୀ ଜବତ ହୋଇଛି ।

ଗିରଫ ୪ ଜଣ ଅଭିଯୁକ୍ତ ଶିକାରୀଙ୍କ ନାଁ ବାବୁଲି ପୂର୍ଡ, ମଙ୍ଗୁଳୁ ପୂର୍ତ୍ତି, ଆଲିଆ କାଲୁଣ୍ଡିଆ ଏବଂ ଦିପୁ ସିଂ ହୋଇଥିବା ବେଳେ ସମସ୍ତେ ରାଣୀପୋଖରୀ ଓ ପୋଡାଡିହା ଅଞ୍ଚଳର ହୋଇଥିବା ଜଣାପଡିଛି । ଗିରଫ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ବନ ବିଭାଗ ଏମାନଙ୍କୁ କୋର୍ଟଚାଲାଣ କରିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details