ଓଡିଶା

odisha

ETV Bharat / state

ପୋଖରୀରୁ ମୃତ ହରିଣ ଉଦ୍ଧାର - ମୃତ ହରିଣ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ରେଞ୍ଜ ଅନ୍ତର୍ଗତ ରାଜାଲୋକା ପଞ୍ଚାୟତ ରାଉତରା ଗାଁ ପୋଖରୀରୁ ଏକ ହରିଣର ମୃତଦେହ ଉଦ୍ଧାର ହୋଇଛି। ଅଧିକ ପଢନ୍ତୁ...

ପୋଖରୀରୁ ମୃତ ହରିଣ ଉଦ୍ଧାର
ପୋଖରୀରୁ ମୃତ ହରିଣ ଉଦ୍ଧାର

By

Published : Oct 25, 2020, 1:51 PM IST

Updated : Oct 25, 2020, 2:07 PM IST

ବାରିପଦା: ହରିଣ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ରେଞ୍ଜ ଅନ୍ତର୍ଗତ ରାଜାଲୋକା ପଞ୍ଚାୟତ ରାଉତରା ଗାଁ ପୋଖରୀରୁ ଏକ ହରିଣର ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ରାଉତରା ଗାଁ ନିକଟରେ ଦୁଇଟି ହରିଣକୁ ଦେଖି ଗାଁ ଲୋକ ତାକୁ ଧରିବାକୁ ଗୋଡାଇଥିଲେ । ଭୟରେ ଗୋଟିଏ ହରିଣ ପୋଖରୀ ଭିତରେ ପଶିଯାଇ ଥିଲା । ଫଳରେ ହରିଣଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପୋଖରୀରୁ ମୃତ ହରିଣ ଉଦ୍ଧାର

ହରିଣ ଦୁଇଟି ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ଜଣାପଡ଼ିଛି। ଖବର ପାଇ ବାଙ୍ଗରିପୋଷି ରେଞ୍ଜର ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ଅନ୍ୟ ଗୋଟିଏ ହରିଣଟିର ପତ୍ତା ମିଳିନାହିଁ। ବନ ବିଭାଗ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି। ଗତ ଏକମାସ ପୂର୍ବରୁ ମଧ୍ୟ ୧୮ ନମ୍ବର ଜାତୀୟ ରାଜପଥରେ ଏକ ହରିଣ ମୃତଦେହ ଉଦ୍ଧାର ହୋଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 25, 2020, 2:07 PM IST

ABOUT THE AUTHOR

...view details