ବାରିପଦା: କୋରୋନା କଟକଣାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ହରିବଳଦେବ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି । ରୀତିନୀତି ପରମ୍ପରା ଅନୁଯାୟୀ ପୁରୀରେ ଶ୍ରୀଜୀଉମାନଙ୍କୁ ୧୦୮ ଗରା ପାଣିରେ ସ୍ନାନ କାର୍ଯ୍ୟ କରାଯାଉଥିବା ବେଳେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଟିକେ ନିଆରା। ହରିବଳଦେବ ଜୀଉଙ୍କ ପରମ୍ପରା ଅନୁଯାୟୀ, ୧୦୮ ଲେଖାଏଁ କୁମ୍ଭ ଜଳରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କର ଓ ସୁଦର୍ଶନଙ୍କର ସ୍ନାନ କରାଯାଇଛି।
ସନ୍ଧ୍ୟା ୭ଟାରେ ଶ୍ରୀଜୀଉ ଗଜାନନ ବେଶରେ ଦର୍ଶନ ଦେବେ। ହେଲେ ସଂକ୍ରମଣ ପାଇଁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଏଥର ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ମନ୍ଦିର ପରିସରରେ ଭିଡ ନ ଜମାଇବା ପାଇଁ 144 ଧାରା ଜାରି କରାଯାଇଛି । ଆଜି ସକାଳ 5ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।