ବାରିପଦା: ଓଡିଶା କୃଷି ଓ ଶିଳ୍ପ ନିଗମ ର ଅଧ୍ୟକ୍ଷ ଭାବେ ମୟୁରଭଞ୍ଜର ବିଜେଡ଼ି ନେତା ଦେବାଶିଷ ମହାନ୍ତିଙ୍କୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେବାଶିଷ ମହାନ୍ତି ଜିଲ୍ଲା ବିଜେଡିର ସଭାପତି ଭାବରେ କାର୍ଯ୍ୟଭାର ତୁଲାଉଛନ୍ତି । ଦାୟିତ୍ବ ନେବା ପରେ ବାରିପଦାରେ ପହଞ୍ଚିଛନ୍ତି ଦେବାଶିଷ ।
ଦେବାଶିଷଙ୍କୁ ବିଜେଡିର ସମ୍ବର୍ଦ୍ଧନା
କୃଷି ଓ ଶିଳ୍ପ ନିଗମ ର ଅଧ୍ୟକ୍ଷଙ୍କୁ ଜିଲ୍ଲା ବିଜେଡ଼ିର ସ୍ବାଗତ । ଦଳୀୟ କର୍ମୀ ରାଲିରେ ନେବା ସହ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ କରିଛନ୍ତି । କୃଷି ଓ ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ନୂଆ କରି ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦେବାଶିଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବାଇକ ରାଲିରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାଶିଷଙ୍କ ଉପରେ ଆସ୍ଥା ପ୍ରକଟ କରି ବଡ ଦାୟିତ୍ବ ଦେଇଛନ୍ତି । ଫଳରେ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ଦିନରେ ରାଜ୍ୟ ପାଇଁ ନିସ୍ବାର୍ଥ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଦେବାଶିଷ ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ