ଓଡିଶା

odisha

ETV Bharat / state

ଶ୍ରୀଜୀଉଙ୍କ ଭିନ୍ନ ଦେବସ୍ନାନ ପୂର୍ଣ୍ଣିମା, ଜଣଙ୍କ ପାଇଁ 108 ଗରା - deba snana purnima held in baripada

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ୧୦୮ ଲେଖାଏଁ କୁମ୍ଭ ଜଳରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନ କରାଯାଇଛି ।

ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଦେବସ୍ନାନ ସମ୍ପନ୍ନ
ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଦେବସ୍ନାନ ସମ୍ପନ୍ନ

By

Published : Jun 5, 2020, 4:40 PM IST

Updated : Jun 5, 2020, 5:52 PM IST

ବାରିପଦା: କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଲା 2ୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ରୀତିନୀତି ପରମ୍ପରା ଅନୁଯାୟୀ ପୁରୀରେ ଶ୍ରୀଜୀଉ ମାନଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇଛି । କିନ୍ତୁ ଦ୍ବିତୀୟ ଶ୍ରୀ କ୍ଷେତ୍ର ବାରିପଦାରେ ପରମ୍ପରା ଟିକେ ନିଆରା ।

ଶ୍ରୀଜୀଉଙ୍କ ଭିନ୍ନ ଦେବସ୍ନାନ ପୂର୍ଣ୍ଣିମା, ଜଣଙ୍କ ପାଇଁ 108 ଗରା

ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ପରମ୍ପରା ଅନୁଯାୟୀ, ୧୦୮ ଲେଖାଏଁ କୁମ୍ଭ ଜଳରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନ କରାଯାଇଛି । ସନ୍ଧ୍ୟା ୭ଟାରେ ଶ୍ରୀଜୀଉ ଗଜାନନ ବେଶରେ ଦର୍ଶନ ଦେବେ । ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତମହଲରେ ଥିଲା ନାହିଁ ନଥିବା ଆବେଗ ହେଲେ ଭକ୍ତ ଭଗବାନଙ୍କ ମଧ୍ୟରେ ବାଧକ ସୃଷ୍ଟି କରିଛି କୋରୋନା ।

୧୪୪ ଧାରା ସୃଷ୍ଟି କରିଛି ଭକ୍ତ ଭଗବାନଙ୍କ ମଧ୍ୟରେ ପ୍ରତିବନ୍ଧକ । ଶୁକ୍ରବାର ସକାଳ ୫ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଶ୍ରୀଶ୍ରୀ ହରିବଳଦେବ ଜୀଉ ମନ୍ଦିର ସଂଲଗ୍ନ ବିଭିନ୍ନ ରାସ୍ତାରେ ଜାରି ହୋଇଛି ୧୪୪ ଧାରା ଯେଉଁଥି ପାଇଁ ଜଗନ୍ନାଥ ମନ୍ଦିର ପରିସର ଭକ୍ତ ବିନା ଲାଗୁଛି ଖାଁ ଖାଁ । ସୁରକ୍ଷା ଦୃଷ୍ଟିରୁ ସହରରେ ୨ ପ୍ଲାଟୁନ୍‌ ଫୋର୍ସ, ୨୫ଜଣ ପୁଲିସ୍‌ ଅଧିକାରୀ ନିୟୋଜିତ ହେବା ନେଇ ବାରିପଦା ଟାଉନ୍‌ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ମନ୍ଦିର ଭିତରେ ହିଁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେଉଥିବା ବେଳେ ସାମାଜିକ ଦୂରତା ରକ୍ଷା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବାକୁ ପଣ୍ଡା ଓ ସେବାୟତଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତିନି ଠାକୁରଙ୍କ ସ୍ନାନ ପର୍ବ ପରେ ତିନିଠାକୁରଙ୍କୁ ଅଣସର ଘରକୁ ନିଆଯିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 5, 2020, 5:52 PM IST

ABOUT THE AUTHOR

...view details