ବାରିପଦା:ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳର ଜନୈକ ଆଦିବାସୀ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଯୁବତୀ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଛନ୍ତି । ଏହି ଘଟଣାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବ୍ୟକ୍ତିକୁ ଖୋଜିବା ସହିତ କ୍ଷତିପୂରଣ ପାଇଁ ଲିଖିତ ଅଭିଯୋଗ ହୋଇଛି ।
ଅନାଥ ଜନୈକ ଆଦିବାସୀ ଦିବ୍ୟାଙ୍ଗ ମୁକ ଓ ବଧିର ଯୁବତୀ ଜଣଙ୍କ ଘରେ ଏକୁଟିଆ ରହୁଥିଲେ। ତେବେ ଯୁବତୀ ଜଣକ ଏକା ରହୁଥିବାର ସୁଯୋଗ ନେଇ କେହି ଜଣେ ତାଙ୍କ ସହ ପୂର୍ବରୁ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ହୋଇଛି । ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ଦେହ ଅସୁସ୍ଥ ହେବାରୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଅଲଟ୍ରାସାଉଣ୍ଡ ପରେ ଯୁବତୀ ୬ ମାସର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ।