ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ରଘୁପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁଧିଷ୍ଠିର ବେହେରା ସୋମବାର ପଞ୍ଚାୟତରୁ ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ କୁଜିଗଡ଼ି ନିକଟରେ କିଛି ଯୁବକ ଅତର୍କିତ ଭାବେ ଆକ୍ରମଣ କରିବା ସହ ତାଙ୍କ ଠାରୁ ସୁନା ଚେନ ଓ ୪୦ ହଜାର ଟଙ୍କା ଲୁଟିନେଇଛନ୍ତି।
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ - Deadly attack on Raghupur village panchayat executive officer
ମୟୂରଭଞ୍ଜ ଜିଲ୍ଲା ବେତଟନୀ ବ୍ଲକର ରଘୁପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ପଞ୍ଚାୟତରୁ ଫେରିବା ସମୟରେ ଆକ୍ରମଣ କରାଯିବା ସହ ସୁନା ଚେନ ଓ 40 ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
![ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ](https://etvbharatimages.akamaized.net/etvbharat/prod-images/768-512-8719447-541-8719447-1599529528379.jpg)
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ
ଆକ୍ରମଣକାରୀ ମାନେ ସେହି ରଘୁପୁର ଗ୍ରାମପଞ୍ଚାୟତର ବୋଲି ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବୈଶିଙ୍ଗା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ଥିବାରୁ ବେତନଟୀ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Sep 8, 2020, 10:47 AM IST