ଓଡିଶା

odisha

କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ବଳଭଦ୍ରପୁର ଗ୍ରାମରେ ଅଭାବନୀୟ ଘଟଣା । କୂଅରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ ।

By

Published : Oct 9, 2019, 2:41 PM IST

Published : Oct 9, 2019, 2:41 PM IST

କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ବଳଭଦ୍ରପୁର ଗ୍ରାମରେ। ମୃତ ବୃଦ୍ଧ ଜଣକ ହେଲେ ପିରୁ ବେଶ୍ରା (୭୦)।

କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର


ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଗାଁ ଲୋକେ ପିରୁ ବେଶ୍ରାଙ୍କୁ ଗାଁରେ ବୁଲୁଥିବା ଦେଖିଥିଲେ। କିନ୍ତୁ ବୁଧବାର ସକାଳୁ ଗାଁରେ ଥିବା କୂଅରୁ ଉକ୍ତ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବଡାମତଳିଆ ସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details