ଓଡିଶା

odisha

ETV Bharat / state

ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଏଯାଏଁ ମିଳିନି ପରିଚୟ - ବାରିପଦା

ବାରିପଦା ଜରାଳୀ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ଏଯାଏଁ ମହିଳାଙ୍କ ପରିଚୟ ମିଳିନଥିବା କହିଛି ପୋଲିସ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ତଦନ୍ତ ଚଳାଇଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦତା, ମୟୂରଭଞ୍ଜ

By

Published : Aug 17, 2019, 1:39 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ଜରାଳୀ ନଦୀର ତକଟପୁର ଭିଆଇପି କଲୋନୀ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ପୋଲିସକୁ ଖବର ଦେବାପରେ ମୃତଦେହକୁ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦତା, ମୟୂରଭଞ୍ଜ

ଶନିବାର ସକାଳେ ସ୍ଥାନୀୟ ବାସିନ୍ଦା ଏକ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ଲକ୍ଷ୍ମୀପୋଷି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପିଆରଏମ୍ ମେଡିକାଲ ପଠାଇଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ ବୋଲି କହିଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details