ଓଡିଶା

odisha

ETV Bharat / state

ଶହୀଦ ସବ୍‌-ଇନ୍ସପେକ୍ଟର ଦୟାନିଧି ଦାସଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର - ମୃତ ସବ୍‌-ଇନ୍ସପେକ୍ଟର ଦୟାନିଧି ଦାସଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

କାର୍ଯ୍ୟରତ ବେଳେ ଶହୀଦ ହୋଇଥିବା ସବ୍‌-ଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ ଶରୀରକୁ ବାରିପଦା ସ୍ଥିତ ରିଜର୍ଭ ପଡିଆରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏଥିସହିତ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ବିରୁଦ୍ଧରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 19, 2019, 8:19 PM IST

ବାରିପଦା: ଶହୀଦ ସବ-ଇନ୍ସପେକ୍ଟର ଦୟାନିଧି ଦାସଙ୍କ ମର ଶରୀରକୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ବାରିପଦା ସ୍ଥିତ ରିଜର୍ଭ ଅଫିସ ପରିସରରେ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଏହି ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ଅବସରରେ ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ଓଡିଶା କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଜିଲ୍ଲା ଓକିଲ ସଂଘର ଆଇନଜୀବୀ, ବାରିପଦା ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଓଡିଶା ପୋଲିସ ପକ୍ଷରୁ ଶହୀଦଙ୍କ ପରିବାରକୁ 50 ହଜାର ଟଙ୍କା ଏବଂ ମୟୂରଭଞ୍ଜ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ 10 ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାଯୋଗ୍ୟ, ସୋମବାର ବାରିପଦା ତକତପୁର ଉତ୍ତର-ଓଡିଶା ବିଶ୍ବବିଦ୍ୟାଳୟ ରାସ୍ତାରେ ମଦୁଆ ଗାଡି ଚାଳକକୁ ଧରିବା ପାଇଁ ଚେକିଂ ଚାଲିଥିଲା । ସବ୍-ଇନ୍ସପେକ୍ଟର ଦୟାନିଧି ଦାସ ମଧ୍ୟ ଏଥିରେ ସାମିଲ ଥିଲେ । ଏହି ସମୟରେ ଦୟାନିଧି ଚେକିଂ ପାଇଁ ଏକ ମୋଟର ସାଇକେଲ ଆରୋହୀଙ୍କ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ମୋଟର ସାଇକେଲ ଚାଳକ ଅଟକିବା ପରିବର୍ତ୍ତେ ତାଙ୍କୁ ଧକ୍କା ଦେଇ ଖସିବାକୁ ଚେଷ୍ଟା କରିଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ବାରିପଦା ସୁନାମୁହିଁ ଅଞ୍ଚଳର କଲେଜ ଛାତ୍ର ଦୁଃଖୀରାମ ସୋରେନ ବୋଲି ଜଣାପଡିଥିବାବେଳେ ବାରିପଦା ଟାଉନ ଥାନାରେ କେଶ ନମ୍ବର 353/19 ଦଫା 302 ମାମଲା ରୁଜୁ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details