ଓଡିଶା

odisha

ETV Bharat / state

ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳରେ ଜଣେ ନାବାଳକର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

Dead body of boy found hanging from tree in Mayurbhanj, suspicion of murder
ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Nov 20, 2020, 7:41 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ବରାଜିଆଣି ଗ୍ରାମରୁ ନାବାଳକର ଝୁଲନ୍ତା ମୃତଦେହକୁ ଶୁକ୍ରବାର ପୋଲିସ ଉଦ୍ଧାର କରିଛି । ତେବେ ମୃତ୍ୟୁର କାରଣ ସଂପର୍କରେ ଜଣାନପଡିଥିବା ବେଳେ ହତ୍ୟା କରି ଟାଙ୍ଗି ଦେଇଥିବା ସଂପର୍କୀୟ ଅଭିଯୋଗ କରିଛନ୍ତି ।

ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମିଳିଥିବା ସୂଚନା ଅନୁସାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବରାଜିଆଣି ଗ୍ରାମର ଦୁବରାଜ ମୁର୍ମୁଙ୍କ ପୁଅ ଚାନ୍ଦୁରାମ ଗାଁ ନିକଟରେ ଥିବା କେନାଲ ପାଖ ଏକ ଆକାଶିଆ ଗଛରେ ଗାମୁଛାରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି । ମୃତ୍ୟୁ ବେଳେ ଚାନ୍ଦୁରାମକୁ 12 ବର୍ଷ ହୋଇଥିଲା ବୋଲି ଜଣାପଡିଛି ।

ତେବେ ମୃତ୍ୟୁର କାରଣ ସଂପର୍କରେ ସଠିକ୍‌ ତଥ୍ୟ ପୋଲିସକୁ ମିଳିନଥିବା ବେଳେ ପୁଅକୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ଘଟଣା ସଂପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଘଟଣା ସଂପର୍କରେ ଜଣାପଡିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details