ଓଡିଶା

odisha

ETV Bharat / state

ଏନଏଚ କଡରୁ କ୍ଷତବିକ୍ଷତ ଫୁଙ୍ଗୁଳା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଣେ ଅଜଣା ଯୁବକଙ୍କ କ୍ଷତ ବିକ୍ଷତ ଫୁଙ୍ଗୁଳା ମୃତଦେହ ଉଦ୍ଧାର କରାଯାଇଛି । ବିଶୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

By

Published : Aug 11, 2019, 2:57 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଜଣେ ଅଜଣା ଯୁବକଙ୍କ କ୍ଷତ ବିକ୍ଷତ ଫୁଙ୍ଗୁଳା ମୃତଦେହ ଉଦ୍ଧାର କରାଯାଇଛି । ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ବୟସ ପାଖାପାଖି ୨୫ ରୁ ୩୦ ବର୍ଷ ହୋଇଥିବା କୁହାଯାଉଛି । ମୃତ ଶରୀରର ହାତ ଓ ମୁହଁରେ କ୍ଷତ ଚିହ୍ନରୁ ତାଙ୍କୁ କେହି ହତ୍ୟା କରିଥିବାର ଅନୁମାନ କରାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details