ଓଡିଶା

odisha

ETV Bharat / state

ବିଲରୁ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗାଁ ବିଲରୁ ମିଳିଲା ଯୁବକଙ୍କ ମୃତଦେହ । ଯୁବକଙ୍କୁ ଗ୍ରାମବାସୀ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସୁଦ୍ଧା ସେ ବଞ୍ଚି ନଥିଲେ ।

By

Published : Oct 10, 2019, 4:31 PM IST

ବିଲରୁ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗାଁ ଚାଷଜମିରୁ ଯୁବକଙ୍କ ମୃତଦେହ ମିଳିଛି । ସ୍ଥାନୀୟ ଲୋକେ ସକାଳେ ବିଲକୁ ଯାଉଥିବା ବେଳେ ଉକ୍ତ ଯୁବକ ଜଣକ ତଳେ ପଡି ଛଟପଟ ହେଉଥିବା ଦେଖିଥିଲେ । ପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି |

ବିଲରୁ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ


ମୃତକ ଜଣକ ହେଲେ ଖୁଣ୍ଟା ଥାନା କଇମି ଗ୍ରାମର ମାତୁ ମୁର୍ମୁ । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମାତୁଙ୍କ ଘର କାହ୍ନୁପୁର ଗାଁ ଠାରୁ ଦୁଇ କିଲୋମିଟର ଦୂର ହୋଇଥିବା ବେଳେ ସେ ସେଠାକୁ ଆସିଲେ କିପରି ଏବଂ ସେଠାରେ ମୁର୍ମୁଷୁ ଅବସ୍ଥାରେ ପଡ଼ି ରହିଲେ କିପରି ତାହା ଏବେ ବି ଅସ୍ପଷ୍ଟ ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଏହାକୁ ହତ୍ୟାକାଣ୍ଡ କିମ୍ବା ସାପ କାମୁଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ହୋଇଛି ବୋଲି ସନ୍ଦେହ କରୁଛି । ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details