ବାରିପଦା: ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଖୋଲିଛି ଡ୍ୟାମର ଗେଟ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଥିବା ସୁନେଇ ଏବଂ କାଳ ପ୍ରକଳ୍ପର ଦୁଇ ଗୋଟି ଡ୍ୟାମର ଗୋଟିଏ ଲେଖାଏଁ ଗେଟ ଖୋଲିଛି ।
କାଳ ଡ୍ୟାମ ଓ ସୁନେଇ ଡ୍ୟାମର ଗେଟ ଶୁକ୍ରବାର ଖୋଲିଛି । ଦୁଇ ଗୋଟି ଡ୍ୟାମରେ ୬୦ ପ୍ରତିଶତ ଜଳ ରଖି ବାକି ଜଳ ଛଡା ଯାଉଥିବା ସୂଚନା ମିଳିଛି । କାଳ ତ୍ୟାମରେ ଜଳଧାରଣ କ୍ଷମତାର ୮୬ ପ୍ରତିଶତ ଜଳ ରହିଥିବା ବେଳେ ତାହାର ସ୍ତରକୁ ୬୦ ପ୍ରତିଶତ ପହଞ୍ଚାଇବା ପର୍ଯ୍ୟନ୍ତ ଗେଟ ଖୋଲା ରହିବ ବୋଲି କହିଛନ୍ତି କାଳ ପ୍ରକଳ୍ପର ଏସଡିଓ ।