ଓଡିଶା

odisha

ETV Bharat / state

RTO ଅଫିସରୁ ଦଲାଲ ଗିରଫ, ନଗଦ 49 ହଜାର ଟଙ୍କା ଜବତ

ରାଇରଙ୍ଗପୁର ଅତିରିକ୍ତ ଆରଟିଓ ଅଫିସରେ ଟାଉନ ପୋଲିସର ଚଢାଉ । ଜଣେ ଦଲାଲ ଗିରଫ ତାଙ୍କ ନିକଟରୁ ବିଭିନ୍ନ ବ୍ୟବହୃତ ଫର୍ମ ଓ ୪୯ ହଜାର ୬୫୦ ଟଙ୍କା ଜବତ କରିଛି ପୋଲିସ ।

dalal arrested in additional transportation office in rairangpur
ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

By

Published : Nov 28, 2019, 11:23 PM IST

ରାଇରଙ୍ଗପୁର: ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚଢାଉ । ଦଲାଲ ଗିରଫ । ପୋଲିସର ଅଚାନକ ଚଢାଉ ବେଳେ ଦଲାଲ ଧରାପଡିଛି । ତାଙ୍କ ନିକଟରୁ ବିଭିନ୍ନ ବ୍ୟବହୃତ ଫର୍ମ ଓ ନଗଦ 49 ହଜାର ଟଙ୍କା ଜବତ କରିଛି ପୋଲିସ ।

RTO ଅଫିସରୁ ଦଲାଲ ଗିରଫ, ନଗଦ 49 ହଜାର ଟଙ୍କା ଜବତ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । କୌଣସି ସୂତ୍ରରୁ ସୂଚନା ପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଟାଉନ ପୋଲିସ ଜଣେ ଯୁବକଙ୍କୁ ଦଲାଲି କାର୍ଯ୍ୟରେ ଲିପ୍ତ ଥିବାବେଳେ ଧରିଥିବା ଜଣାପଡ଼ିଛି।

ତେବେ ପୋଲିସ ତାଙ୍କୁ ରାଇରଙ୍ଗପୁର ଟାଉନ ଥାନାକୁ ଆଣି ପଚରାଉଚରା ଜାରି ରଖିଥିଲା । ଛାନଭିନ ପରେ ପୋଲିସ ତାଙ୍କ ପାଖରୁ ଡିଏଲ୍ ପାଇଁ ବ୍ୟବହୃତ ଫୋର୍ମ ନଂ ୨ , ଆଠ ଖଣ୍ଡ ପାସପୋର୍ଟ ସାଇଜର ଫଟୋ, ଫୋର୍ମ ନଂ ୨୯ ଓ ୩୦ ସହିତ ନଗଦ ୪୯ ହଜାର ୬୫୦ ଟଙ୍କା ଜବତ କରିଥିଲେ ।

ତାଙ୍କୁ ରାଇରଙ୍ଗପୁର ଟାଉନ ପୋଲିସ ଗିରଫ କରିଛି । ଯୁବକ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ୱାର୍ଡ ନଂ ୨ ବାଇଦାପୋଷିର ରାଜେଶ ଚନ୍ଦ୍ର ଗିରି । ଗିରଫ ଦଲାଲକୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details