ଓଡିଶା

odisha

ETV Bharat / state

ବାତ୍ୟା 'ୟସ'ର ପ୍ରଭାବ: ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର, 2 ଗାଈ ମୃତ - yaash

ମୟୂରଭଞ୍ଜ ତିରିଂ ଥାନା ତାରଣା ଗ୍ରାମ ହେନ୍ଧେବୁରୁ ପାହାଡ ନିକଟରେ ଅଘଟଣ । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିଲରେ ଚରୁଥିବା ଦୁଇଟି ଗାଈଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

ବାତ୍ୟା 'ୟସ'ର ପ୍ରଭାବ; ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର, 2 ଗାଈ ମୃତ
ବାତ୍ୟା 'ୟସ'ର ପ୍ରଭାବ; ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର, 2 ଗାଈ ମୃତ

By

Published : May 25, 2021, 10:19 PM IST

ରାଇରଙ୍ଗପୁର: ବାତ୍ୟା ୟସ ପ୍ରଭାବରେ ରାଇରଙ୍ଗପୁର ଉପଖଣ୍ଡରେ ପବନ ବହିବା ସହିତ ତୁହାକୁ ତୁହା ବର୍ଷା ଲାଗି ରହିଛି । ତେବେ ଏପରି ପରିସ୍ଥିତିରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଏହା ସଂସ୍ପର୍ଶରେ ଆସି ଦୁଇଟି ଗାଈର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୟୂରଭଞ୍ଜ ତିରିଂ ଥାନା ତାରଣା ଗ୍ରାମ ହେନ୍ଧେବୁରୁ ପାହାଡ ନିକଟରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିଲରେ ଚରୁଥିବା ଦୁଇଟି ଗାଈଙ୍କର ମୃତ୍ୟୁ ଘଟିଛି। ଉକ୍ତ ଗାଈ ଦୁଇଟି ତାରଣା ଗ୍ରାମର ରୁଦ୍ରନନ୍ଦନ ମଣ୍ଡଳ ଏବଂ ସୁନାରାମ ମାଝୀଙ୍କର ବୋଲି ଜଣାପଡିଛି । ସେମାନେ ଘଟଣାସ୍ଥଳରେ ପହଞ୍ଚି ଗାଈ ଦୁଇଟିକୁ ଚିହ୍ନଟ କରିବା ସହିତ କ୍ଷତିପୂରଣ ଦାବିରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

ବାତ୍ୟା 'ୟସ'ର ପ୍ରଭାବ; ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର, 2 ଗାଈ ମୃତ

ତେବେ ଘଟଣା ଘଟିବାର ବହୁ ସମୟ ପରେ ମଧ୍ୟ ବିଦ୍ୟୁତ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗାଈ ଦୁଇଟିର କ୍ଷୀର ବିକ୍ରି କରି ପରିବାର ଚଳାଉଥିବା ନେଇ ଗାଈ ମାଲିକ ମାନେ ପ୍ରକାଶ କରିଛନ୍ତି । ତେଣୁ ବିଭାଗ ପକ୍ଷରୁ ଉଚିତ କ୍ଷତିପୂରଣ ସହିତ ଗାଈ ଦୁଇଟିର ପୋତି ଦିଆଯିବା ବାବଦ ଖର୍ଚ୍ଚ ମଧ୍ୟ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details