ବାରିପଦା: ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ । ଓଡ଼ିଶାର ୧୨ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ସମସ୍ତ ପୂର୍ବ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଜିଲ୍ଲାର ୮ଟି ବ୍ଲକରେ ଅଧିକ ପ୍ରଭାବିତ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦିଓ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପବନ ବେଗ ସମୁଦ୍ର ତଟ ଅପେକ୍ଷା କମ ରହିପାରେ ତଥାପି ଏହାର ପ୍ରଭାବରେ ବର୍ଷା ପରିମାଣ ବହୁତ ଅଧିକ ରହିବ । ତେବେ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଡାକବାଜୀ ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଉଛି ।
ଆସୁଛି ବାତ୍ୟା ଅମ୍ଫାନ, ପ୍ରସ୍ତୁତ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ
ମାଡିଆସୁଛି ସାମୁଦ୍ରିକ ବାତ୍ୟା ଆମ୍ଫାନ । ଧିରେଧିରେ ଏହା ମହାବାତ୍ୟା ର ରୂପ ନେଉଥିବା କହିଛି ପାଣିପାଗ ବିଭାଗ । ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଏହି ମହାବାତ୍ୟାର ପ୍ରଭାବ ଥିବାରୁ ଜିଲ୍ଳା ପ୍ରଶାସନ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ। ଅଧିକ ପଢନ୍ତୁ.....
ଏହା ସହ ଜିଲ୍ଲାରେ ସମସ୍ତ ବ୍ଲକ ବିଡିଓ ଓ ତହସିଲଦାର ମାନଙ୍କୁ ସଜାଗ ହୋଇ ରହିବା ପାଇଁ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାକୁ ୨ ଟି NDRF ଟିମ ଓ ୪ଟି ଓଡ୍ରାଫଟ୍ ଟିମ୍ ସହ ୨୫ ଟି ଅଗ୍ନିଶମ ବାହିନୀ ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଥିବା କଥା କହିଛନ୍ତି ଜିଲ୍ଲା ଏମରଜେନସି ଅଫିସର ସୁଜୟ ପତି । ଗୋଟେ ପଟେ ପ୍ରଶାସନ ପକ୍ଷରୁ କୋରୋନା ମୁକାବିଲା କରୁଥିବା ବେଳେ ବାତ୍ୟା ଅମ୍ଫାନର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ବ୍ୟାପକ ବନ୍ଦୋବସ୍ତ ହୋଇସାରିଥିବା କଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ