ଓଡିଶା

odisha

ETV Bharat / state

‘ବୁଲବୁଲ’ ପ୍ରଭାବରେ ମୟୂରଭଞ୍ଜରେ ବର୍ଷା - cyclone bul bul for rain start in mayurbhanja

ବାତ୍ୟା ‘ବୁଲବୁଲ’  ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା  ଜାରି । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 9, 2019, 10:16 PM IST

ବାରିପଦା: ବାତ୍ୟା ‘ବୁଲବୁଲ’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଜାରି । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ବାତ୍ୟା ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖବାକୁ ମିଳୁଛି । ତେବେ ଶନିବାର ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଜୋରରେ ପବନ ବହୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବାତ୍ୟା ବୁଲବୁଲ ପାଇଁ ପ୍ରସ୍ତୁତ ରହିଛି । ଜିଲ୍ଲାର ବେତନଟୀ, ବଡ଼ସାହି, ମୋରଡ଼ା, ରାସଗୋବିନ୍ଦପୁର, ଶୁଲିଅପଦା ବ୍ଲକ ସମେତ ବାରିପଦା ସହରରେ ଶୁକ୍ରବାର ଠାରୁ ଲଗାତର ବର୍ଷା ପବନ ଜାରି ରହିଛି।

ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି ନଦୀରେ ବନ୍ୟା ପରିସ୍ଥିତି ନ ଥିବା ସୂଚନା ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details