ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢାଉ । ତେବେ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ତିନି ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରିଛନ୍ତି । ଜିଲ୍ଲାର ରରୁଆଁ ଏବଂ କରଞ୍ଜିଆ ଅଞ୍ଚଳରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।
ତେବେ ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀ ସରୋଭ ସୁଲାତାନିଆଁ, ପ୍ରଭାତ ସୁଲତାନିଆଁ ଓ ସୁନୀଲ ସୁଲତାନିଆଁଙ୍କ ଅଟାକଳ, ତେଜରାତି ଦୋକାନ ଓ ସିମେଣ୍ଟ ଲୁହାରୋଡ଼ ଗୋଦାମ ସହିତ ଖାଇବା ତେଲ ଗୋଦାମରେ ସିଟି ଏବଂ ଜିଏସଟି ବିଭାଗ ଚଢାଉ କରାଯାଇଛି । ଚଢ଼ାଉରେ ଜଣେ ଡେପୁଟି କମିଶନରଙ୍କ ସହିତ ବାଲେଶ୍ଵର, ମୟୂରଭଞ୍ଜ ଏବଂ ଯାଜପୁରର ୬ଟି ଟିମ୍ ଚଢ଼ାଉରେ ସାମିଲ ଥିଲେ । ସିଟି ଏବଂ ଜିଏସଟିରେ ବଡଧରଣର ଠକେଇ ଅଭିଯୋଗ ହେଇଥିବାର ଖବର ପାଇ ଚଢ଼ାଉ କରାଯାଇଛି ।