ଓଡିଶା

odisha

By

Published : May 4, 2022, 12:44 PM IST

ETV Bharat / state

ମାଛ ଧରୁଥିଲେ ଜାଲରେ ପଡିଲା ବିରାଟକାୟ କୁମ୍ଭୀର

ମାଛ ଜାଲରେ ପଡିଲା କୁମ୍ଭୀର । ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଅନ୍ତର୍ଗତ ଡବକ ନୁଆଗାଁ ବନ୍ଧରେ ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ସମୟରେ ଜାଲରେ ପଡିଛି ବିରାଟକାୟ କୁମ୍ଭୀର। ଅଧିକ ପଢନ୍ତୁ

ମାଛ ଧରୁଥିଲେ ଜାଲରେ ପଡିଲା ବିରାଟକାୟ କୁମ୍ଭୀର
ମାଛ ଧରୁଥିଲେ ଜାଲରେ ପଡିଲା ବିରାଟକାୟ କୁମ୍ଭୀର

ବାରିପଦା: ମାଛ ଜାଲରେ ପଡିଲା କୁମ୍ଭୀର। ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଅନ୍ତର୍ଗତ ଡବକ ନୁଆଁଗାଁ ବନ୍ଧରେ ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ସମୟରେ ଜାଲରେ ପଡିଛି ବିରାଟକାୟ କୁମ୍ଭୀର। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଢ ମଧ୍ୟ ବଢିବାରେ ଲାଗିଛି ।

ମାଛ ଧରୁଥିଲେ ଜାଲରେ ପଡିଲା ବିରାଟକାୟ କୁମ୍ଭୀର

ସୂଚନା ଅନୁଯାୟୀ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଅନ୍ତର୍ଗତ ଡବକ ନୁଆଗାଁ ବନ୍ଧରେ ସ୍ଥାନୀୟ ଲୋକେ ଜାଲ ପକାଇ ମାଛ ଧରୁଥିଲେ । ଏହି ସମୟରେ କୁମ୍ଭୀରଟି ଜାଲରେ ପଡିଥିଲା। କୁମ୍ଭୀରକୁ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଜାଲରୁ ଉଦ୍ଧାର କରିଛନ୍ତି । କୁମ୍ଭୀରଟି ୫ ଫୁଟ ଲମ୍ବର ବୋଲି ଜଣାପଡିଛି । କୁମ୍ଭୀର ଦେଖିବାକୁ ସେଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ତେବେ କୁମ୍ଭୀରଟି କେଉଁଠୁ ଆସିଛି ତାହା ବର୍ତ୍ତମାନ ଜଣାପଡିନଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details