ରାଇରଙ୍ଗପୁର: ଶିମିଳିପାଳରେ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ଶିମିଳିପାଳରେ ତିନିଦିନ ଯାଏ କୁମ୍ଭୀର ଗଣନା ପ୍ରକ୍ରିୟା ଚାଲିବ।
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ନଦୀ ଓ ନାଳ ଗୁଡିକରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ବିଶେଷ କରି ଶିମିଳିପାଳରୁ ଯାଇଥିବା ଖଈରି ନଦୀ, ବୁଢ଼ାବଳଙ୍ଗ, ଖଡ଼ଖାଇ, ସାଳନ୍ଦୀ ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି ।