ବାରିପଦା: ଝାରପୋଖରିଆ ଥାନା 49ନଂ ଜାତୀୟ ରାଜପଥରୁ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ଜବତ । ଏଥିସହ 2ଜଣକୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ସିଙ୍ଗଡା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ ।
ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ଜବତ, ଦୁଇ ଗିରଫ - cow pick up van seized
ମୟୂରଭଞ୍ଜ 49 ନମ୍ବର ଜାତୀୟ ରାଜପଥରୁ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ଜବତ । ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ ମାଫିଆ ।
ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ଜବତ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ବେଧଡକ ପୋଲିସ ଆଖିରେ ଧୂଳି ଦେଇ ଗୋରୁ ଚାଲାଣ ହେଉଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ଧରା ପଡିଥିଲେ । ଗୋରୁ ଚାଲାଣ ମାଫିଆଙ୍କୁ ଗ୍ରାମବାସୀ ଧରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପିକ୍ଅପ ଭ୍ୟାନରୁ 9ଟି ଗୋରୁକୁ ଜବତ କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Oct 15, 2019, 4:51 PM IST