ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ କୋରୋନା ମାମଲା ୨୧୩କୁ ବୃଦ୍ଧି, ଶନି-ରବି ସଟଡାଉନ - କୋରୋନା ଭାଇରସ ଖବର

ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ପୁଣି ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ରେ ପହଞ୍ଚିଛିଥିବାବେଳେ ସେଥିମଧ୍ୟରୁ ୧୪୬ ଜଣ ସୁସ୍ଥ ୬୭ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ କୁ ବୃଦ୍ଧି, ଶନିବାର ଏବଂ ରବିବାର ସଟଡାଉନ ହେବ ମୟୂରଭଞ୍ଜ
କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ କୁ ବୃଦ୍ଧି, ଶନିବାର ଏବଂ ରବିବାର ସଟଡାଉନ ହେବ ମୟୂରଭଞ୍ଜ

By

Published : Jul 1, 2020, 6:29 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ପଜିଟିଭ ସଂଖ୍ୟା ୨୧୩ରେ ପହଞ୍ଚିଛି। ସେଥିମଧ୍ୟରୁ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ ୬୭ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ବୁଧବାର ପୁଣି ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ କୁ ବୃଦ୍ଧି, ଶନିବାର ଏବଂ ରବିବାର ସଟଡାଉନ ହେବ ମୟୂରଭଞ୍ଜ

ତେବେ ନୂଆ ଭାବେ ଚିହ୍ନଟ ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ଦୁଇଜଣ ସ୍ଥାନୀୟ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୫ ଜଣକ ମଧ୍ୟରୁ ବଡ଼ସାହି, ବିଜାତଳା, କରଞ୍ଜିଆ, ରାସଗୋବିନ୍ଦପୁର ବ୍ଲକ ଏବଂ ବାରିପଦା ପୌରପରିଷଦ ରୁ ଜଣେ ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁଧବାର କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୩ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ନୂଆଦିଲ୍ଲୀରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ବଡ଼ସାହି ବ୍ଲକର ହୋଇଥିବା ବେଳେ ଅନ୍ୟଜଣେ ବାରିପଦା ପୌରପରିଷଦର କୋଭିଡ କେୟାର ବୋଲି ଜଣାପଡିଛି ।

ସ୍ଥାନୀୟ ଅଞ୍ଚଳରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଶନିବାର ଏବଂ ରବିବାର ମୟୁରଭଞ୍ଜ ଜିଲ୍ଲା ସଟଡାଉନ ରହିବ ବୋଲି ପ୍ରଶାସନ ସୂଚନା ଦେଇଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୫ ଜଣଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details