ରାଇରଙ୍ଗପୁର: କୋଭିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ । ଦିନକୁ ଦିନ କୋରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଦେଖି ରାଇରଙ୍ଗପୁର ଚିକିତ୍ସାଳୟରେ ସୋମବାର କୋଭିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଇଛି ।
ରାଇରଙ୍ଗପୁରରେ କୋଭିଡ୍ ଆଣ୍ଟିଜେନ ଟେଷ୍ଟ ଆରମ୍ଭ
ରାଇରଙ୍ଗପୁ କୋଭିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ମେଡ଼ିକାଲର ଲେବ ଟେକ୍ନିସିଆନଙ୍କ ଦ୍ଵାରା ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ମେଡ଼ିକାଲର ଲେବ ଟେକ୍ନିସିଆନଙ୍କ ଦ୍ଵାରା ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ଚାରିଜଣ ଗଣମାଧ୍ୟମ ପ୍ରତିନିଧି ମାନେ ସ୍ବେଚ୍ଛାକୃତ ଭାବେ ଆସି ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ସେମାନେ ହେଲେ ସୁଜିତ ପଟ୍ଟନାୟକ, ମଳୟ କୁମାର ଦାସ, ସେକ୍ ସଦ୍ଦାମ ଓ ସଞ୍ଜୟ ପରିଡ଼ା । ତେବେ ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ସେପଟେ ପ୍ରତ୍ୟେକ ବ୍ୟକ୍ତି ନିଜର କୋରୋନା ଆଣ୍ଟିଜେନ ଟେଷ୍ଟ କରାଇ ପାରିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ