ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ଗ୍ରାମପଞ୍ଚାୟତର ରାଣୀଭୋଳ ଗାଁରେ ଆଶାକର୍ମୀ ଅମ୍ବିକା ମହାନ୍ତଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଆଶାକର୍ମୀ ଅମ୍ବିକା କୋଭିଡ ଡ୍ୟୁଟି ସାରି ରାତିରେ ଘରେ ଶୋଇଥିବା ସମୟରେ ଏକ ଚିତି ସାପ ତାଙ୍କ ହାତକୁ କାମୁଡି ଦେଇଥିଲା । ଏହା ଜାଣିପାରି ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ପରେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ବିଷାକ୍ତ ସାପ କାମୁଡ଼ାରେ ଠାକୁରମୁଣ୍ଡାର କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ - covid warrior died in Mayurbhanj
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ କୋଭିଡ ଯୋଦ୍ଧା ତଥା ଆଶାକର୍ମୀ ଅମ୍ବିକା ମହାନ୍ତଙ୍କ ସାପ କାମୁଡାରେ ମୃତ । ଅମ୍ବିକା ଉଲ୍ଲେଖନୀୟ କାର୍ଯ୍ୟ କରି ବ୍ଲକ ସ୍ତରୀୟ ଭଲ ଆଶା କର୍ମୀ ଭାବରେ ଚଳିତ ବର୍ଷ ପୁରସ୍କୃତ ହୋଇଥିଲେ। ଅଧିକ ପଢନ୍ତୁ...
ବିଷାକ୍ତ ସାପ କାମୁଡ଼ାରେ ଠାକୁରମୁଣ୍ଡାର କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ
ଅମ୍ବିକା ମହାନ୍ତଙ୍କ ଗାଁରେ ଉଲ୍ଲେଖନୀୟ କାର୍ଯ୍ୟ କରି ଏକ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପକ୍ଷରୁ ବ୍ଲକ ସ୍ତରୀୟ ଭଲ ଆଶା କର୍ମୀ ଭାବରେ ଚଳିତ ବର୍ଷ ପୁରସ୍କୃତ ମଧ୍ୟ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ଖୁବ ପରିଚିତ ଆଶାକର୍ମୀ ତଥା ବର୍ତ୍ତମାନ ପରିସ୍ଥିତିରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ଖବର ଶୁଣି ସାଲେଇବେଡା ଗ୍ରାମପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ