ଓଡିଶା

odisha

ETV Bharat / state

କୋଭିଡ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଅଗ୍ନିଶମ ବାହିନୀ କଲା ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଜଣେ କୋଭିଡ ରୋଗୀ ଆତ୍ମହତ୍ୟା ଉଦ୍ୟମ ବେଳେ ଅଗ୍ନିଶମ ବାହିନୀ କଲା ଉଦ୍ଧାର । ଅଧିକ ପଢନ୍ତୁ......

କୋଭିଡ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଅଗ୍ନିଶମ ବାହିନୀ କଲା ଉଦ୍ଧାର
କୋଭିଡ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଅଗ୍ନିଶମ ବାହିନୀ କଲା ଉଦ୍ଧାର

By

Published : May 7, 2021, 4:33 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ବାଙ୍କୀଷୋଳରେ ଥିବା କୋଭିଡ ହସ୍ପିଟାଲରେ ଜଣେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି । କୋରୋନା ଆକ୍ରାନ୍ତ ହେବା ପରେ ମାନସିକ ଚାପରେ ରହି ଏପରି ପଦକ୍ଷେପ ନେଇଥିବା ଜଣାପଡିଛି ।

କୋଭିଡ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଅଗ୍ନିଶମ ବାହିନୀ କଲା ଉଦ୍ଧାର

କିଛିଦିନ ହେବ ରୋଗୀ ଜଣକ କୋରୋନାରେ ଆକ୍ରାନ୍ତ ହୋଇ ବାଙ୍କୀଷୋଳ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାନସିକ ଚାପରେ ରହି ସେ ଗତକାଲି(ଗୁରୁବାର) ରାତିରେ ଡାକ୍ତରଖାନାର ଛାତ ଉପରକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉପସ୍ଥିତ କର୍ମଚାରୀ ତାଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ସେ ନାରାଜ ହେବା ସହ ପାଟିତୁଣ୍ଡ କରିଥିଲେ । ଏନେଇ ଡାକ୍ତରଖାନା ପକ୍ଷରୁ ବାରିପଦା ଦମକଳ ବାହିନୀକୁ ଜଣାଇବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ତାଙ୍କୁ ଉଦ୍ଧାର କରିଛି ।



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details