ରାଇରଙ୍ଗପୁର: ସୀମାରେ ଝାଡଖଣ୍ଡ ବସର ବେଧଡକ ପ୍ରବେଶ ପରେ କୋଭିଡ ମୁକାବିଲା ନେଇ ଉଠୁଛି ପ୍ରଶ୍ନ । ଓଡ଼ିଶା ଝାଡ଼ଖଣ୍ଡ ସୀମା ପାର ହେବା ପରେ ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା, ପରେ ବହଳଦା ଥାନା ଓ ଆରଟିଓ କାର୍ଯ୍ୟାଳୟ ପାର ହେବା ପରେ ଜବତ ହେଲା ଦୁଇଟି ବସ ।
ମୟୂରଭଞ୍ଜ ଜିଲ୍ଲାରେ କୋଭିଡ ପରିଚାଳନାକୁ ନେଇ ଉଠୁଛି ପ୍ରଶ୍ନ । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ ତାରିଖରୁ ଆନ୍ତଃରାଜ୍ୟ ବସଚଳାଚଳ ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ଆନ୍ତଃରାଜ୍ୟ ବସ ସେବା ବନ୍ଦ ଘୋଷଣା ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ତିରିଂ ବୋର୍ଡରରେ ବେଧଡକ ଭାବେ ପ୍ରବେଶ କରୁଛନ୍ତି ଝାଡଖଣ୍ଡି ବସ ।
ତିରିଂ ବୋର୍ଡରେ ପ୍ରବେଶ ପରେ ପ୍ରଥମେ ତିରିଂ ଥାନା, ପରେ ବହଳଦା ଥାନା ଓ ରାଇରଙ୍ଗପୁର ଆରଟିଓ କାର୍ଯ୍ୟାଳୟ ସମ୍ମୁଖ ଦେଇ ଏକାଧିକ ଝାଡଖଣ୍ଡ ଯାତ୍ରୀବାହୀ ବସ ରାଇରଙ୍ଗପୁର ଓ କରଞ୍ଜିଆକୁ ଯାଉଥିଲେ ମଧ୍ୟ କିଭଳି ପୋଲିସ ଓ ପ୍ରଶାସନର ନଜରରେ ଆସୁନାହିଁ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।