ଓଡିଶା

odisha

ETV Bharat / state

ହତ୍ୟାକାରୀକୁ ଆଜୀବନ ସଜ୍ଜା, ଜମିବାଡ଼ି ବିବାଦରୁ ଖୁଡିକୁ ହତ୍ୟା କରିଥିଲା ପୁତୁରା - justice to victim

ଖୁଡ଼ିକୁ ହତ୍ୟା କରିଥିବା ପୁତୁରାକୁ ଆଜୀବନ ସଜ୍ଜା ଶୁଣାଇଲେ କୋର୍ଟ । ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ବନ୍ଦୀ ଜୀବନ ବିତାଉଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

court sentences man to life imprisonment
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

By ETV Bharat Odisha Team

Published : Oct 18, 2023, 8:37 PM IST



ରାଇରଙ୍ଗପୁର:ହତ୍ୟା ମାମଲାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜମିବାଡ଼ି ବିବାଦକୁ ନେଇ ଏକ ହତ୍ୟା ମାମଲାରେ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ନ୍ୟାୟାଳୟ । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି ହୋଇଛି । ଜମିବାଡ଼ି ବିବାଦକୁ କେନ୍ଦର କରି ନିଜ ଖୁଡ଼ିକୁ ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଏହି ହତ୍ୟା ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସର ତଦନ୍ତ ରିପୋର୍ଟ ସମେତ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ଦୋଷୀ ଜଣକ ହେଲା ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଛାମୁଡାଡିହି ଗ୍ରାମର ରଘୁନାଥ କାଳନ୍ଦୀଙ୍କ ପୁଅ ଧ୍ରୁବ କାଳନ୍ଦୀ । ରାୟ ପ୍ରକାଶ ପାଇବା ପରେ ଧ୍ରୁବ କାଳନ୍ଦୀକୁ ରାଇରଙ୍ଗପୁର ଉପ କାରାଗାର ପଠାଇ ଦିଆଯାଇଛି । ତେବେ ଏହି ମାମଲାକୁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟର ଅତିରିକ୍ତ ପି ପି ପଙ୍କଜ ଦାସ ପରିଚାଳନା କରୁଥିଲେ ।

ସୂଚନା ମୁତାବକ, ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଛାମୁଡାଡିହି ଗ୍ରାମର ବାସିନ୍ଦା ରାଇମଣୀ କାଳନ୍ଦୀ ଓ ତାଙ୍କ ପୁତୁରା ଧ୍ରୁବ କାଳନ୍ଦୀଙ୍କ ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ବଚସା ହେଉଥିଲା । ତେବେ ୨୦୧୯ ମସିହା ମାର୍ଚ୍ଚ ମାସ ୧୬ ତାରିଖ ଦିନ ଏହି ଜମିବାଡ଼ି ବିବାଦକୁ ନେଇ ପୂର୍ବାହ୍ନ ପାଖାପାଖି ୪ଟା ୩୦ ସମୟରେ ପୁତୁରା ଧ୍ରୁବ କାଳନ୍ଦୀ ଏକ ଧାରୁଆ ଖଣ୍ଡା ସାହାଯ୍ୟରେ ଖୁଡ଼ି ରାଇମଣୀ କାଳନ୍ଦୀଙ୍କୁ ହତ୍ୟା କରିଥିଲା ।

ଏହା ବି ପଢନ୍ତୁ...ନାବାଳିକାଙ୍କୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

ଫଳରେ ରାଇମଣୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ପରେ ଏନେଇ ପରିବାର ସଦସ୍ୟ ଓ ଗ୍ରାମବାସୀ ଗୋରୁମହିଷାଣୀ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଜବତ କରି ଅଭିଯୁକ୍ତ ଧ୍ରୁବ କାଳନ୍ଦୀକୁ ଗିରଫ କରିଥିଲା। ଏଥି ସହିତ ଏକ ହତ୍ୟା ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ଧ୍ରୁବକୁ ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା ପୋଲିସ। ତେବେ ସେହି ଦିନ ଠାରୁ କୋର୍ଟରେ ବେଲ୍ ନ ମିଳିବାରୁ ବର୍ତ୍ତମାନ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ବନ୍ଦୀ ଜୀବନ ବିତାଉଥିଲା ଧ୍ରୁବ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details