ଓଡିଶା

odisha

By ETV Bharat Odisha Team

Published : Sep 1, 2023, 12:26 PM IST

ETV Bharat / state

3 ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସଜ୍ଜା, ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

3 ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦଣ୍ଡ ବିଧାନ କରିଛନ୍ତି କୋର୍ଟ। ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ଅଧିକ ପଢନ୍ତୁ

court sentenced for imprisonment
ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଜେଲ ଦଣ୍ଡାଦେଶ



ରାଇରଙ୍ଗପୁର:ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ନେଇ ଏକ ରାୟ ପ୍ରକାଶ ପାଇଛି । ମୟୂରଭଞ୍ଜର ଜିଲ୍ଲା ଦୌରାଜଜ ଏହି ମାମଲାର ବିଚାର କରି 3 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ 3ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ଚୋରା ଚାଲାଣ ମାମଲା ବିଚାରଧୀନ ଥିବାବେଳେ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ ।

ଏଥି ସହିତ 3 ଜଣକୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କାର ଜରିମାନା ଅନାଦେୟ ଏବଂ ୬ ମାସ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସମସ୍ତ ସାକ୍ଷୀଙ୍କ ବୟାନ, ତଦନ୍ତ ରିପୋର୍ଟ ଓ ପାରିପାର୍ଶ୍ବିକ ସ୍ଥିତିକୁ ଭିତ୍ତି କରି ଜିଲ୍ଲା ଓ ଦୌରାଜଜ କୋର୍ଟର ବିଚାରପତି ଅରବିନ୍ଦ ପଟ୍ଟନାୟକ ଉପରୋକ୍ତ ରାୟ ଶୁଣାଣି କରିଛନ୍ତି । ଉକ୍ତ ମାମଲାର ରାୟ ପ୍ରକାଶ ପାଇବା ପରେ ସମସ୍ତ 3 ଜଣ ଅଭିଯୁକ୍ତଙ୍କୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି ।

ତେବେ ଅଭିଯୁକ୍ତମାନ ହେଲେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ଥାନା ମଙ୍ଗଳପୁର ଗ୍ରାମର ଏସକେ ରଫାକତ ଅଲ୍ଲୀ, ରୁପସା ଥାନା ଜାମୁଣିଆ ଗ୍ରାମର ମିହିର ବିଶ୍ବାଳ ଓ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଗ୍ରାମର ରବୀନ୍ଦ୍ର କୁମାର ଦେ। ତେବେ ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ଦୌରାଜଜ କୋର୍ଟର ସ୍ବତନ୍ତ୍ର ପିପି ବଜେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ ।

ଏହା ବି ପଢନ୍ତୁ...ବଲାଙ୍ଗୀରରେ ଗଞ୍ଜେଇ ବେପାରୀଙ୍କୁ ନାହିଁ ନିସ୍ତାର, ମାଫିଆ ଘରେ ବୁଲିଲା ବୁଲ୍‌ଡୋଜର


ତେବେ ଘଟଣାଟି ୨୦୨୦ ମସିହା ନଭେମ୍ବର ମାସ ୮ ତାରିଖ ଦିନ ଘଟିଥିଲା। ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ପୋଲିସ । ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡିରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ବୋଲେରୋକୁ ଧରିବାରେ ପୋଲିସ ସଫଳ ହୋଇଥିଲା।

ଏଥି ସହିତ ଏହି ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ପୋଲିସ ଗିରଫ କରିଥିଲା । ତେବେ ୬୦ କିଲୋଗ୍ରାମରୁ ଊର୍ଦ୍ଧ୍ବ ଓଜନର ଗଞ୍ଜେଇ ଜବତ କରିଥିଲା ପୋଲିସ । ପଚରାଉଚରାବେଳେ ଅଭିଯୁକ୍ତମାନେ ବାଲେଶ୍ଵର ଜିଲ୍ଲାର ବସ୍ତା ଅଞ୍ଚଳରୁ ଆଣି ବିଭିନ୍ନ ସ୍ଥାନରେ ଚାଲାଣ କରୁଥିବା ସ୍ବୀକାର କରିଥିଲେ । ଏନେଇ ରାସଗୋବିନ୍ଦପୁର ଥାନା ପୋଲିସ ଏକ ମାମଲା ରୁଜୁ କରି 3 ଜଣଙ୍କୁ ବାରିପଦା କୋର୍ଟ ଚାଲାଣ କରିଥିଲା । ଆଉ ଶେଷରେ ଏହି ମାମଲାର ରାୟ ପ୍ରକାଶ ପାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details