ଓଡିଶା

odisha

By

Published : Jan 26, 2021, 8:03 PM IST

ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଦମ୍ପତି ଗୁରୁତର

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଦୁର୍ଘଟଣା ଘଟି ଦମ୍ପତି ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

Couple severely injured in road accident in Mayurbhanj
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଦମ୍ପତ୍ତି ଗୁରୁତର

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଜାମିରଡିହା ଗ୍ରାମ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଭାରସାମ୍ୟ ହରାଇ ଗଛରେ କାରଟି ପିଟି ହେବା ପରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି ।

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଦମ୍ପତ୍ତି ଗୁରୁତର

ଗୁରୁତର ଦମ୍ପତି ହେଲେ କିଚକେଶ୍ବର ଗିରି ଓ ତାଙ୍କ ପତ୍ନୀ ଲଷ୍ମୀପ୍ରିୟା ଗିରି। ଦମ୍ପତି ଦୁଇଜଣ ବାରିପଦାରୁ ହାଟବାଦଡା ସ୍ଥିତ ଘରକୁ ଏକ କାର ଯୋଗେ ଫେରୁଥିବା ବେଳେ ଜାମିରଡ଼ିହା ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇବାରୁ କାରଟି ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଓ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ କାରରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ।

ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ବିଶୋଇ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବା ସହିତ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details