ଓଡିଶା

odisha

ETV Bharat / state

ପହଞ୍ଚିଲା କୋରୋନା ଟିକା, ରାଇରଙ୍ଗପୁର ସହରରେ ଖୁସିର ଲହରୀ - corona vaccine has already reached Rairangpur Hospita

ରାଜ୍ୟରେ ମୋଟ 161 ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି। ସେହି କ୍ରମରେ ରାଜ୍ୟରେ ସବୁ ଜିଲ୍ଲାକୁ ମଧ୍ୟ ଟିକା ପହଞ୍ଚୁଥିବାବେଳେ ରାଇରଙ୍ଗପୁରେ ମଧ୍ୟ ଆସନ୍ତାକାଲି ଟୀକାକରଣ ପାଇଁ ଟିକା ଆସି ପହଞ୍ଚିସାରିଛି ।

ପହଞ୍ଚିଲା କୋରୋନା ଟୀକା
ପହଞ୍ଚିଲା କୋରୋନା ଟୀକା

By

Published : Jan 15, 2021, 4:03 PM IST

ରାଇରଙ୍ଗପୁର: ଆସନ୍ତାକାଲି ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ । ଏଥିପାଇଁ ରାଜ୍ୟରେ ମୋଟ 161 ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି। ସେହି କ୍ରମରେ ରାଜ୍ୟରେ ସବୁ ଜିଲ୍ଲାକୁ ମଧ୍ୟ ଟିକା ପହଞ୍ଚୁଥିବାବେଳେ ରାଇରଙ୍ଗପୁରେ ମଧ୍ୟ ଆସନ୍ତାକାଲି ଟୀକାକରଣ ପାଇଁ ଟିକା ଆସି ପହଞ୍ଚିସାରିଛି । ଯାହାକୁ ନେଇ ରାଇରଙ୍ଗପୁର ସହରରେ ଖେଳିଯାଇଛି ଖୁସିର ଲହରୀ।

ପହଞ୍ଚିଲା କୋରୋନା ଟୀକା

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପହଞ୍ଚି ସାରିଛି କୋରୋନା ଟିକା। କୋରୋନା ଟିକା ଗାଡିକୁ ରାଇରଙ୍ଗପୁର ଡାକ୍ତରଖାନା ପକ୍ଷରୁ ସ୍ବାଗତ କରାଯାଇଛି । କୋରୋନା ଟିକା ପହଞ୍ଚିବା ପରେ ରାଇରଙ୍ଗପୁର ସହରରେ ଖୁସିର ଲହରୀ ଖେଳିଯାଇଛି।

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ୧୦୦ ଡୋଜ ଟିକା ଆସିଥିବାବେଳେ ଜାନୁଆରୀ ୧୬ ରୁ ଟୀକାକରଣ କରାଯିବା ବୋଲି ସୂଚନା ଦେଇଛନ୍ତି ଏସଡିଏମଓ ପ୍ରମୋଦ କୁମାର ସାହୁ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details