ବାରିପଦା: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ମହାମାରୀ କୋରୋନା । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କୋରୋନା ସ୍ଥିତି ଅଣାୟତଃ ହେବାରେ ଲାଗିଛି । ବୁଧବାର ଜିଲ୍ଲାରେ 70ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୭କୁ ପହଞ୍ଚିଛି ।
ତେବେ ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୭୦ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟର, ୨ ଜଣ ହୋମ କ୍ବାରେଣ୍ଟାଇନ, ୪୯ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ୮ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରୁ ରାସଗୋବିନ୍ଦପୁର, ବାରିପଦା, ବାଙ୍ଗରିପୋଷି, ବିଶୋଇ ବ୍ଲକରୁ ଜଣେ ଲେଖାଏଁ ରହିଥିବାବେଳେ ବହଳଦା, କୁସୁମୀ, ଠାକୁରମୁଣ୍ଡା, ତିରିଂ, କରଞ୍ଜିଆ, ରାଇରଙ୍ଗପୁରରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଶୁଳିଆପଦା, ମୋରଡ଼ା, ରରୁଆଁ ବ୍ଲକରୁ ତିନି ଜଣ ଲେଖାଏଁ ଏବଂ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ, ବିଜାତଳା, ବେତନଟୀରୁ ଚାରିଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଶ୍ୟାମଖୁଣ୍ଟାରୁ ପାଞ୍ଚ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଶିପୁରରୁ ଛଅ ଜଣ, ବାରିପଦା ସହରରୁ ଆଠ ଜଣ ଏବଂ ବଡ଼ସାହିରୁ ୧୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।