ଓଡିଶା

odisha

ମୟୂରଭଞ୍ଜରେ ଖସୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗୁରୁବାର ମୟୂରଭଞ୍ଜରେ କୋରୋନାରେ ପୁଣି 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Dec 10, 2020, 12:29 PM IST

Published : Dec 10, 2020, 12:29 PM IST

Corona infection decreases in Mayurbhanj
ମୟୂରଭଞ୍ଜରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା: ଜିଲ୍ଲାରେ ଧୀରେ ଧୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗୁରୁବାର ଜିଲ୍ଲାରୁ 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର 480ରେ ପହଞ୍ଚିଛି ।

ମୟୂରଭଞ୍ଜରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଜିଲ୍ଲାରୁ ମୋଟ୍‌ 13 ହଜାର 243 ଜଣ ସୁସ୍ଥ ହୋଇଥିବା ବେଳେ 153 ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ୍‌ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି । ଗୁରୁବାର ଚିହ୍ନଟ 20 ଜଣ କୋରୋନା ଆକ୍ରାନ୍ତ ହୋମ୍‌ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ୍‌ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details