ବାରିପଦା: କୋରୋନା ପାଇଁ ସାରା ବିଶ୍ବ ଏବେ ଚିନ୍ତାରେ । କେନ୍ଦ୍ର ଏବଂ ରାଜ୍ୟସରକାର କୋରୋନାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ସଚେତନତାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ପୋଲିସ ପକ୍ଷରୁ ମଧ୍ୟ କୋରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ଉଦଳା ପୋଲିସ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ - ଉଦଳା ପୋଲିସ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ
ମୟୂରଭଞ୍ଜ ଜିଲ୍ଲା ଉଦଳା ପୋଲିସ ପକ୍ଷରୁ କୋରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଅଧିକ ପଢନ୍ତୁ..
ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉଦଳା ଥାନା ଅଧିକାରୀ ରୀନା ବେହେରାଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ମାନେ ସ୍ଥାନୀୟ ଥାନା ପରିସରରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଛନ୍ତି । ଏହା ସହ ବଜାରର ବିଭିନ୍ନ ଛକରେ ମାଇକ ଯୋଗେ ସାଧାରଣ ଜନତାଙ୍କୁ କୋରୋନା ସଚେତନତା ନେଇ ବିଭିନ୍ନ ବାର୍ତ୍ତା ଦେଇଛନ୍ତି । କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବରଂ କରୋନାର ନିରାକରଣ ଭାବେ ହାତ ଧୋଇବା, ମୁହଁରେ ମାସ୍କ ଲଗାଇବା ଭଳି ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ଉଦଳା ଥାନା ଆଇଆଇସି ଏହି ଅବସରରେ ପ୍ରକାଶ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
TAGGED:
corona awareness progremme