ବାରିପଦା: ଘାତକ ସାଜିଛି କୋରୋନାର ଦ୍ବିତୀୟ ଲହର । ସମଗ୍ର ଦେଶ ସହ ରାଜ୍ୟରେ ବଢୁଛି ସଂକ୍ରମଣ। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମବଙ୍ଗ ସୀମାନ୍ତ ଶୁଳିଆପଦା ବ୍ଲକ ଗଙ୍ଗାଷୋଳ ଲୋଧା ସାହି ରେ ସଂକ୍ରମଣ ଏବେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଆଦିମ ଜନଜାତି ଲୋଧା ସମ୍ପ୍ରଦାୟର ଲୋକଙ୍କୁ ମହାମାରୀ କୋରୋନାକୁ ନେଇ ସଚେତନ କରିଛି ଲୋଧା ଉନ୍ନୟନ ସଂସ୍ଥା ।
ପଶ୍ଚିମବଙ୍ଗ ସୀମାନ୍ତ ଲୋଧା ବସ୍ତିରେ କୋରୋନା ସଚେତନତା କାର୍ଯ୍ୟକ୍ରମ
ଆଦିମ ଜନଜାତି ଲୋଧା ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ମୟୂରଭଞ୍ଜ ଜିଲ୍ଲା ପଶ୍ଚିମବଙ୍ଗ ସୀମାନ୍ତ ଗାଁ ଗଙ୍ଗାଷୋଳରେ ମାସ୍କ ବାଣ୍ଟିବା ସହ ସଚେତନ କଲା ଲୋଧା ଉନ୍ନୟନ ସଂସ୍ଥା। ଅଧିକ ପଢନ୍ତୁ...
ପଶ୍ଚିମବଙ୍ଗ ସୀମାନ୍ତ ଲୋଧା ବସ୍ତିରେ ଲୋଧା ଉନ୍ନୟନ ସଂସ୍ଥା ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ
ପଶ୍ଚିମବଙ୍ଗ ସୀମାନ୍ତ ଗାଁରେ ଲୋଧା ଉନ୍ନୟନ ସଂସ୍ଥା, ଓ ପିଲିପି ସଂସ୍ଥା, ସ୍ଥାନୀୟ ଅଙ୍ଗନୱଡି କର୍ମୀଙ୍କ ସହ ଆଶକର୍ମୀ ଲୋଧା ସମ୍ପ୍ରଦାୟର ଲୋକଙ୍କୁ ମହାମାରୀ କୋରୋନାରୁ ବର୍ତ୍ତିବା ପାଇଁ ସଚେତନ କରିବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ମାସ୍କ, ସାନିଟାଇଜର ସହ ବିସ୍କୁଟ ବାଣ୍ଟିଛନ୍ତି । ବିଶେଷ କରି ପଶ୍ଚିମବଙ୍ଗ ସୀମାନ୍ତରେ ସଂକ୍ରମଣ ଭୟ ଅଧିକ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଅଙ୍ଗନବାଡ଼ିକର୍ମୀ ଓ ଲୋଧା ଉନ୍ନୟନ ସଂସ୍ଥାର ପ୍ରେଜେକ୍ଟ ମ୍ୟାନେଜର।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ