ଓଡିଶା

odisha

ETV Bharat / state

ରଥଯାତ୍ରାର ଦିନକ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଟଣା

ରଥଯାତ୍ରାର ଦିନକ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ହେବ ରଥଟଣା । ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାରିଗର, ଚିତ୍ରକର, ସେବାୟତ, ବିନ୍ଧାଣୀ କାରିଗର ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ।

By

Published : Jul 3, 2019, 7:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ରାତି ପାହିଲେ ପବିତ୍ର ଘୋଷଯାତ୍ରା । ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ହରିବଳଦେବ ଜୀଉରେ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । କାରଣ ସାରା ବିଶ୍ବ ଆସନ୍ତାକାଲି ରଥଯାତ୍ରା ପାଳନ କରୁଥିବା ବେଳେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦିନକ ପରେ ରଥଟଣା ହୁଏ । ତେଣୁ ତିନି ରଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କାରିଗର, ଚିତ୍ରକର, ସେବାୟତ, ବିନ୍ଧାଣୀ କାରିଗର ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ରଥଯାତ୍ରା ପାଇଁ ବାରିପଦା ସହର ସମେତ ରଥଖଳା ଚଳଚଞ୍ଚଳ । ତିନିରଥର ପୋଟଳ ବନ୍ଧା ହେବା ସହ ଏବେ କେବଳ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଖଞ୍ଜା ଚାଲିଛି । ତିନି ରଥର ପାର ଭାଡି, ଜୁଆର ଆଡା ପରି 80 ପ୍ରତିଶତରୁ ଅଧିକ କାମ ସରିଛି। ପ୍ରାୟ 2 ମାସରୁ ଉର୍ଦ୍ଧ୍ବ ସମୟ ହେବ 45 ଜଣ ମହାରଣା ସେବାୟତ ରଥ ନିର୍ମାଣ କାମରେ ଲାଗିଛନ୍ତି । 5 ଜଣ ରଥ ମହାରଣାଙ୍କ ତତ୍ତ୍ବାବଧାନରେ ରଥ କାର୍ଯ୍ୟ ଚାଲିଛି। ଖରା ବର୍ଷାକୁ ଖାତିରି ନ କରି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି ସେବକ ।


ପୁରାଣ ବର୍ଣ୍ଣିତ ଅନୁଯାୟୀ, ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ 1575 ମସିହାରେ ନିର୍ମାଣ କରିଥିଲେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର । ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ପୁରୀ ଯାଇଥିଲେ ଜଗନ୍ନାଥ ଦର୍ଶନ ପାଇଁ ମାତ୍ର ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ମହାରାଜାଙ୍କୁ ମନ୍ଦିର ପ୍ରବେଶ କରାଇ ଦିଆଯାଇନଥିଲା ପରେ ମହାରାଜଙ୍କୁ ସ୍ୱପ୍ନାଦେଶ ହେବା ପରେ ବାରିପଦାରେ ମନ୍ଦିର ନିର୍ମାଣ ହୋଇ ରୀତିନୀତିରେ ଆରମ୍ଭ ହୋଇଥିଲା ରଥଯାତ୍ରା। ତେବେ ବାରିପଦାରେ ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରାର ଦିନକ ପରେ ଆରମ୍ଭ ହୁଏ ରଥଯାତ୍ରା ଆଉ ଦୁଇ ଦିନ ଧରି ଚାଲେ ରଥଯାତ୍ରା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details