ଓଡିଶା

odisha

ETV Bharat / state

ବାରିପଦାରେ ଗୋଷ୍ଠୀ ସଂଘର୍ଷ, 4 ଆହତ - baripada news

ଟାଉନା ଥାନା ତକତପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଛୁରାମାଡରେ ୪ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

community clash in baripada
ବାରିପଦାରେ ଗୋଷ୍ଠୀ ସଂଘର୍ଷ

By

Published : Jan 16, 2020, 8:24 PM IST

ବାରିପଦା: ଟାଉନା ଥାନା ତକତପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଛୁରାମାଡରେ ୪ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପକ୍ଷେ ଅଭିଯୁକ୍ତକୁ ଗିରଫ ଦାବିରେ ୧୮ ନମ୍ବର ଜାତୀୟ ରାଜପଥକୁ 2 ଘଣ୍ଟା ଧରି ଅବରୋଧ କରାଯାଇଛି ।

ବାରିପଦାରେ ଗୋଷ୍ଠୀ ସଂଘର୍ଷ

ସୂଚନାମୁତାବକ, ଗତ ୧୩ ତାରିଖରେ ବାରିପଦା ସହରର କାଳିଆଛକ ନିକଟରେ କୌଣସି କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଏହି ଘଟଣାରେ ସଂଘବଦ୍ଧ ଭାବେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଜଣେ ଯୁବକକୁ କୁରାଢିରେ ଛେଚି ଲହୁଲୁହାଣ କରିଦେଇଥିଲେ । ଉକ୍ତ ଯୁବକକୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଭାବେ ଆହତ ହୋଇଥିବା ଯୁବକମାନେ ହେଲେ ବିଦୁ କିସ୍କୁ , ମାଟୁ ମାରାଣ୍ଡି । ଏହି ଯୁବକ ଦୁଇ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସ୍ଥାନୀୟ ଆଦିବାସୀ ମାନେ ଏହି ଘଟଣାକୁ ଗୁରୁତର ସହ ନେବା ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା ।


ଗତ ତିନିଦିନ ହେବ କିଛି ଅସାମାଜିକ ଯୁବକଙ୍କ ଭୟରେ ସ୍ଥାନୀୟ ବାସିନ୍ଦା ଆଜି(ଗୁରୁବାର) ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଯାଉଥିଲେ । ଏହି ସମୟରେ ଅନ୍ୟ ଗୋଷ୍ଠୀର ଲୋକେ ଖବର ପାଇ ତକତପୁର ଛକଠାରେ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ।

ଆନ୍ଦୋଳନକାରୀଙ୍କ କହିବା ମୁତାବକ, ପୋଲିସ ପିସିଆର ଭ୍ୟାନ୍ ଏବଂ ପୋଲିସର ଉପସ୍ଥିତରେ ରାସ୍ତାରେ ଗୋଡାଇ ଗୋଡାଇ ହାଣିଥିଲେ । ଘଟଣା ସ୍ଥଳରେ ବର୍ତ୍ତମାନ ବାରିପଦା ଟାଉନ ଥାନାର ଆଇଆଇସି, ସଦର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details