ଓଡିଶା

odisha

ETV Bharat / state

କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ ଅଭିଯୋଗ, ନ୍ୟାୟ ଦାବିରେ ଭଙ୍ଗାରୁଜା - ନ୍ୟାୟ ଦାବିରେ ଭଙ୍ଗାରୁଜା

କଲେଜ ଛାତ୍ରୀଙ୍କୁ ଅସଦାଚରଣ । ଇଂରେଜ ଅଧ୍ୟାପକଙ୍କ ଅସଦାଚରଣ ଅଭିଯୋଗ । ନ୍ୟାୟ ପାଇଁ କଲେଜ ଗେଟ ସାମ୍ନାରେ ତାଲା ଓ ବିକ୍ଷୋଭ ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 21, 2019, 8:18 PM IST

ବାରିପଦା: ଇଂରାଜୀ ଅଧ୍ୟାପକ କରିଛନ୍ତି ଅସଦାଚରଣ, ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ସ୍ନାତକୋତ୍ତର ବିଭାଗର ଜଣେ ଛାତ୍ରୀ । ନଭେମ୍ବର 16ରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ତେବେ ଏନେଇ ପିଡିତାଙ୍କ ନ୍ୟାୟ ଦାବିରେ କଲେଜ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅଭିଯୋଗ ଅନୁସାରେ, ଇଂରାଜୀ ଅଧ୍ୟାପକ ଜଣକ ସ୍ବତନ୍ତ୍ର କ୍ଲାସ୍ ନେବା ବାହାନାରେ ପିଜି ଦ୍ବିତୀୟ ବର୍ଷ ଛାତ୍ରୀଙ୍କୁ ଟଣାଓଟରା କରିଥିଲେ । ଏ ସମ୍ପର୍କରେ ଗତ ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇଥିଲେ ମାତ୍ର ଅଭିଯୋଗ ହେବାର 6ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ତେଣୁ କଲେଜର ମୁଖ୍ୟ ଫାଟକ ସାମ୍ନାରେ ତାଲା ପକାଇ କଲେଜ ଭିତରେ ଭଙ୍ଗାରୁଜା କରିଛନ୍ତି ଛାତ୍ରଛାତ୍ରୀ । ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାମଣା କରିଥିଲା । ଅନ୍ୟପକ୍ଷେ କଲେଜ ଅଧ୍ୟକ୍ଷ ଡ଼ଃ ଝରଣା ବେହେରାଙ୍କ କହିବାନୁସାରେ, ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହାବିଦ୍ୟାଳୟର ଓମେନ୍ ହାରସମେଣ୍ଟ ସେଲରେ ଅଭିଯୋଗ ପରେ ଏଥିପାଇଁ ତିନି ଜଣିଆ ସ୍ବତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ କରାଯାଇଛି ବୋଲି କହିଛନ୍ତି । ଏହାସହ ଘଟଣାର ଅଭିଯୋଗ ପରେ ଅଧ୍ୟାପକ ବିଦ୍ୟାଧର ଅଣ୍ଡିଆଙ୍କୁ ସମସ୍ତ ଦାୟିତ୍ବରୁ କାଢି, ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି ବୋଲି କହିଛନ୍ତି ଅଧ୍ୟକ୍ଷା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details