ବାରିପଦା: କୋରୋନା କଟକଣାକୁ ଫୁ’ । କପ୍ତିପଦା ଥାନା ଅନ୍ତର୍ଗତ ତାଳପୋଖରୀ ଗାଁରେ କୁକୁଡା ଲଢେଇ ସହ ବସିଲା ସାପ୍ତାହିକ ହାଟ । ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଅଗଷ୍ଟ 31 ଯାଏଁ ହାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ କପ୍ତି ପଦା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳ ପହଞ୍ଚି ଚଢାଉ କରିଥିଲା ।
କଟକଣା ବେଳେ କୁକୁଡା ଲଢେଇ, 40 ବାଇକ ସହ 30 ସାଇକେଲ ଜବତ କଲା ପୋଲିସ
ମୟୂରଭଞ୍ଜରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟକୁ ଅଗଷ୍ଟ 31 ଯାଏଁ ବନ୍ଦ ରଖାଯାଇଛି । ହେଲେ ସବୁ ନିୟମକୁ ଭାଙ୍ଗି ତାଳପୋଖରୀ ଗାଁରେ ଚାଲିଥିଲା କୁକୁଡା ଲଢେଇ । ଅଧିକ ପଢନ୍ତୁ...
40 ବାଇକ ସହ 30 ସାଇକେଜ ଜବତ କଲା ପୋଲିସ
ପ୍ରଥମେ ସାପ୍ତାହିକ ହାଟକୁ ବନ୍ଦ କରିଥିଲା ପୋଲିସ । ଏଥିସହ ବେଆଇନ ଭାବେ ଚାଲିଥିବା କୁକୁଡା ଲଢେଇ ନିକଟରୁ 40 ଜଣଙ୍କ ବାଇକ ସମେତ 30 ଜଣକ ସାଇକେଲ ଜବତ କରିଛି କପ୍ତି ପଦା ପୋଲିସ । ସମସ୍ତ ସାଇକେଲ ଓ ବାଇକକୁ ପୋଲିସ ଥାନାରେ ରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Aug 4, 2020, 7:59 AM IST