ଓଡିଶା

odisha

By

Published : Aug 11, 2022, 7:38 PM IST

ETV Bharat / state

ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ଆସନ୍ତା କାଲି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ଗସ୍ତରେ ଆସି କରଞ୍ଜିଆ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକ ଟିକପଡା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପର ଲୋକାର୍ପଣ କରିବେ । ଅଧିକ ପଢନ୍ତୁ

ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ବାରିପଦା: ଆସନ୍ତା କାଲି ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Visits to Mayurbhanj) । ଜିଲ୍ଲା ଗସ୍ତ କରି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଦିନ ୧୧ଟା ବେଳେ ପ୍ରଥମେ କରଞ୍ଜିଆ ଠାରେ ପହଞ୍ଚି ଦେଓ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।

ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ସୂଚନା ଅନୁଯାୟୀ, କରଞ୍ଜିଆ ବ୍ଲକର ହାତିବାରୀଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକର ଟିକପଦା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପକୁ ଚାଷୀଙ୍କ ପାଇଁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ରାସଗୋବିନ୍ଦପୁର ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କାର୍ଯ୍ୟକ୍ରମ ରହିଥିବା ବେଳେ କରଞ୍ଜିଆ ଠାରେ ଦେଓ ଜଳସେଚନ ପ୍ରକଳ୍ପକୁ କରିବେ ଲୋକାର୍ପିତ । ପ୍ରଥମେ କରଞ୍ଜିଆ ହାତିବାରୀ ଠାରେ ଦେଓ ପ୍ରକଳ୍ପ ଲୋକାର୍ପିତ ହେବ । ଏହି ପ୍ରକଳ୍ପ ଦ୍ଵାରା ଜଳସେଚିତ ହେବ କରଞ୍ଜିଆ ଉପଖଣ୍ଡର ସମେତ କେନ୍ଦୁଝର ଜିଲ୍ଲାର ୯୯୦୦ ହେକ୍ଟର ଚାଷଜମୀ ।

ପରେ ରାସଗୋବନ୍ଦପୁର ବ୍ଳକ ସମେତ ବାଲେଶ୍ଵର ଜିଲ୍ଲାର ୧୭ ହଜାର ୧୨୧ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ । ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପ୍ରଥମେ କରଞ୍ଜିଆ ଠାରେ ଦିବା ୧୧ ଘଟିକା ସମୟରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚି ଦେଓ ପ୍ରକଳ୍ପର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ ।

ଏହାପରେ ମୁଖ୍ୟମନ୍ତ୍ରୀ ଦିବା ୧୨ ଘଟିକା ୧୫ ମିନିଟ ସମୟରେ ରାସଗୋବିନ୍ଦପୁର ବ୍ଲକ ଟିକପଡା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପ ଉଦଘାଟନ କରିବେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଟୁକୁନି ସାହୁ, ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details