ରାଇରଙ୍ଗପୁର:ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚ ନେଇ ଧରା ପଡିଲେ ବାରିପଦା ପୌରପାଳିକାର ସିଟି ମ୍ୟାନେଜମେଣ୍ଟ ମିଶନ ୟୁନିଟ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଠାରୁ ଲାଞ୍ଚ ନେବା ଅଭିଯୋଗ ପରେ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭଞ୍ଜପୁର ଥାନା ପୋଲିସ ।
ସୂଚନା ଅନୁଯାୟୀ, ମା' ସନ୍ତୋଷୀ ନାମକ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ବାରିପଦା ସହର ସ୍ଥିତ ବସଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ରରେ ଖାଦ୍ୟ ଯୋଗାଇ ଆସୁଥିଲେ । ତେବେ ସେଠାରେ ଦିଆଯାଉଥିବା ଖାଦ୍ୟ ସବୁ ନିମ୍ନ ମାନର ଥିବା ମା’ ସନ୍ତୋଷୀ ସ୍ବୟଂ ସହାୟିକା ଗୋଷ୍ଠୀକୁ ପୌରପାଳିକାର ସିଟି ମିଶନ ମ୍ୟାନେଜମେଣ୍ଟ ୟୁନିଟ ଅଫିସର ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ । ତେବେ ଏ ବାବଦକୁ ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ଟଙ୍କା ନେଇଥିଲେ ମନୋରଞ୍ଜନ ପାଣିଗ୍ରାହୀ । ସେ ପୁଣି ବାରିପଦା ପୌରପାଳିକାର ନଗରପାଳ ଓ କନିଷ୍ଠ ଯନ୍ତ୍ରୀ ସ୍ୱାଇଁ ବାବୁଙ୍କ ନାମରେ ଏହି ଲାଞ୍ଚ ଟଙ୍କା ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ - ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ , ସ୍ବାବଲମ୍ବୀ ସ୍ବୟଂ ସହାୟିକା ଗୋଷ୍ଠୀ