ରାଇରଙ୍ଗପୁର :ଟିକସ ଫାଙ୍କିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଛି ସିଟି ଓ ଜିଏସଟି ବିଭାଗ। ରାଇରଙ୍ଗପୁର ଉପଖଣ୍ଡର ହାଟବାଦଡା ଅଞ୍ଚଳ ସ୍ଥିତ ଏକ ବ୍ୟବସାୟୀକ ସଂସ୍ଥା ଉପରେ ଚଢାଉ କରିଛି ସିଟି ଓ ଏନଫୋର୍ସମେଣ୍ଟ ଟିମ୍ । ରାଜା ଇଲେକ୍ଟ୍ରୋନିକ୍ସ, ରାଜା ଫର୍ନିଚର, ରାଜା ଡ୍ରେସେସ୍ ଓ ରାଜା ସୁଜରେ ଚଢାଉ କରାଯାଇଛି ।
ପୂର୍ବରୁ ଏହି ସଂସ୍ଥା ଗୁଡ଼ିକ ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ତେବେ ସେକ ସଲିମ ନାମକ ଜନୈକ ବ୍ୟକ୍ତିଙ୍କର ମାଲିକାନାରେ ରହିଥିବା ଏହି ଚାରୋଟି ବ୍ୟବସାୟିକ ଅନୁଷ୍ଠାନ ଉପରେ ଅଭିଯୋଗ ପାଇବା ପରେ ମୟୂରଭଞ୍ଜର ସିଟି ଓ ଜିଏସଟି ଏନ୍ଫୋର୍ସମେଣ୍ଟ ଟିମ ଗତକାଲି ଚଢ଼ାଉ କରିଥିଲା । ଦିନ 11ଟା 30 ମିନିଟ ସମୟରେ ଚଢ଼ାଉ କରାଯାଇଥିବା ବେଳେ ଏହା ଅପରାହ୍ନ 4ଟା 30 ମନିଟ ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଫର୍ନିଚର, ଇଲେକ୍ଟ୍ରୋନିକ୍ସ, ଜୋତା ଏବଂ ଡ୍ରେସ୍ ଦୋକାନରେ ଥିବା ସମସ୍ତ ଷ୍ଟୋକର ଡାଟା ଓ ଜିଏସଟି କାଗଜପତ୍ର ସହିତ ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ଜାଗଜପତ୍ର ଗୁଡିକ ମଧ୍ୟ ଜବତ କରାଯାଇଛି । ପରେ ଟିକିନିକ ଯାଞ୍ଚ ପରେ ଯେତେ ପରିମାଣରେ ଟିକସ ଫଙ୍କା ଯାଇଥିବା ସେତିକ ଟିକସ ଫାଇନ ଆକାରରେ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟର ଡେପୁଟି କମିଶନର କୁଳମଣି ମଲ୍ଲିକ।