ଓଡିଶା

odisha

ETV Bharat / state

ବାରିପଦା ମେଡ଼ିକାଲରେ ଶିଶୁ ଅଦଳବଦଳ, ଭୁଲ ସ୍ବୀକାର କଲେ ମେଡ଼ିକାଲ କର୍ତ୍ତୃପକ୍ଷ - ଶିଶୁ ଅଦଳବଦଳ

ଶିଶୁ ବଦଳର ଅଭିଯୋଗ ଆଣିଲେ ଦମ୍ପତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲର ଏସଏନସିୟୁ ବିଭାଗରେ । ଅଧିକ ପଢନ୍ତୁ...

ବାରିପଦା ମେଡ଼ିକାଲରେ ଶିଶୁ ଅଦଳବଦଳ, ଭୁଲ ସ୍ବୀକାର କଲେ ମେଡ଼ିକାଲ କର୍ତ୍ତୃପକ୍ଷ
ବାରିପଦା ମେଡ଼ିକାଲରେ ଶିଶୁ ଅଦଳବଦଳ, ଭୁଲ ସ୍ବୀକାର କଲେ ମେଡ଼ିକାଲ କର୍ତ୍ତୃପକ୍ଷ

By

Published : May 12, 2020, 2:22 PM IST

Updated : May 12, 2020, 3:09 PM IST

ବାରିପଦା: ଶିଶୁ ବଦଳର ଅଭିଯୋଗ ଆଣିଲେ ଦମ୍ପତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲର ଏସଏନସିୟୁ ବିଭାଗରେ । ଏହି ଘଟଣାକୁ ନେଇ ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିବାପରେ, ମଙ୍ଗଳବାର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମେଡ଼ିକାଲ କର୍ତ୍ତୃପକ୍ଷ ନିଜ ଭୁଲ ସ୍ବୀକାର କରିଥିବା ବେଳେ ଡିଏନଏ ଟେଷ୍ଟ ହେବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ମେଡ଼ିକାଲ ସୁପରିଟେଣ୍ଡଣ୍ଟ ।

ବାରିପଦା ମେଡ଼ିକାଲରେ ଶିଶୁ ଅଦଳବଦଳ, ଭୁଲ ସ୍ବୀକାର କଲେ ମେଡ଼ିକାଲ କର୍ତ୍ତୃପକ୍ଷ

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୬ ତାରିଖରେ ବାରିପଦା ସଦରଥାନା ଅନ୍ତର୍ଗତ ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କର ସ୍ତ୍ରୀ ରଇବାରୀଙ୍କୁ ପ୍ରସବ ବେଦନା ହେବାରୁ ବାରିପଦା ସ୍ଥିତ ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ରଇବାରୀ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ନବଜାତ ଶିଶୁଟି ଜନ୍ମ ସମୟରେ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାର ଏସଏନସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା ।

ତେବେ ମେ ୦୫ ତାରିଖରେ ଶିଶୁଟି ସୁସ୍ଥ ହୋଇଯିବାରୁ ହସପିଟାଲରୁ ମା ଓ ଛୁଆ କୁ ଡିସଚାର୍ଜ କରାଯାଇଥିଲା । ସୋମବାର ଶିଶୁଟିକୁ କିଛି ଟିକା ଦେବାର ବାକି ଅଛି ବୋଲି କହି ଆଶାକର୍ମୀଙ୍କୁ ଫୋନ ମାଧ୍ୟମରେ ଏସଏନସିୟୁକୁ ବିଭାଗୀୟ କର୍ମଚାରୀ ଡକାଇଥିଲେ । ଡାକ୍ତରଖାନାରେ ଦିନ ୪ଟା ସମୟରେ କାର୍ତ୍ତିକ ସିଂ ନିଜ ସ୍ତ୍ରୀ ଓ ଶିଶୁଟିକୁ ନେଇ ପହଞ୍ଚି ଡକାଇଥିବା ବିଭାଗରେ ଦେଖାକରିଥିଲେ । ସେଠାରେ କାର୍ଯ୍ୟରତ କର୍ମଚାରୀ ମାନେ ଶିଶୁଟିର ସମସ୍ତ ପୋଷାକ ଖୋଲା କରାଇ ଦମ୍ପତିଙ୍କ ଠାରୁ କିଛି କାଗଜପତ୍ରରେ ଦସ୍ତଖତ କରାଇବା ସହ ବାହାରେ ରହି ଅପେକ୍ଷା କରିବାକୁ କହିବା ସହ ଶିଶୁଟି ଭିତରକୁ ନେଇଯାଇଥିଲେ । ଅଳ୍ପ ସମୟ ପରେ ଶିଶୁଟି ମୃତ ହୋଇଯାଇଛି କହିବା ସହ ଏକ ମୃତ ଶିଶୁ ସେମାନଙ୍କୁ ଦେଇଥିବା କଥା ପ୍ରକାଶ କରିଛନ୍ତି ଏହି ଦମ୍ପତି । ମୃତ ଶିଶୁଟିକୁ କାର୍ତ୍ତିକ ବଦଳ କରିଦେବା ଅଭିଯୋଗ ଆଣିବା ସହ ଡାକ୍ତରଖାନାରେ ହୋ ହାଲ୍ଲା କରିଥିଲେ । ତେବେ ସ୍ଥାନୀୟ ଲୋକ ଡାକ୍ତରଖାନାରେ ପହଞ୍ଚିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାକୁ ନେଇ କାର୍ତ୍ତିକ ସିଂ ଗତକାଲି ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 12, 2020, 3:09 PM IST

ABOUT THE AUTHOR

...view details