ଓଡିଶା

odisha

ETV Bharat / state

ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ, ‘5ଟି ’ଯୋଜନାର କଲେ ସମୀକ୍ଷା - ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ,

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତ । ପିଆରଏମ ମେଡିକାଲ କଲେଜ ପରିଦର୍ଶନ କରିବା ସହ ‘୫ଟି’ ଯୋଜନା ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

CS VISIT TO MAYURBHANJ
ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ

By

Published : Dec 20, 2019, 5:53 PM IST

Updated : Dec 21, 2019, 4:42 AM IST


ବାରିପଦା: ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ୫‘ଟି’ ଯୋଜନା ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ଓ ତଦାରଖ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏହି ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ

ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଗୋପବନ୍ଧୁ ବାଳାଶ୍ରମ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ସେହିଭଳି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଫେଲିସିଏସନ ସେଣ୍ଟରରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି କ୍ଷେତ୍ରରେ ୫‘ଟି ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ନେଇ ତଦାରଖ କରିଥିଲେ । ମୁଖ୍ୟ ଶାସନ ସଚିବ ଶିଶୁକେନ୍ଦ୍ର ପରିଦର୍ଶନ କରି ସେଠାରେ ଶିଶୁ ମାନଙ୍କ ସହ ଭୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖଙ୍କ ସହ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

ଓଡିଶା ଖଣି ଅଞ୍ଚଳ ବିକାଶ ନିଗମରୁ ମିଳିଥିବା ୧୭ହଜାର କୋଟି ଟଙ୍କାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଜିଲ୍ଲାକୁ ୨ହଜାର କୋଟି ଟଙ୍କା ଦେବାକୁ ଯୋଜନା କରାଯାଇଛି । ଏଥିରୁ କେବଳ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ପାଇଁ ୨୫୦ କୋଟି ଟଙ୍କା ଦେବାକୁ ଯୋଜନା ରହିଥିବା କଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Dec 21, 2019, 4:42 AM IST

ABOUT THE AUTHOR

...view details